ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ! ପରିବାର ଲୋକଙ୍କ ଏତଲା ପରେ ପୋଲିସର ତଦନ୍ତ ଜାରି

Advertisment
ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ! ପରିବାର ଲୋକଙ୍କ ଏତଲା ପରେ ପୋଲିସର ତଦନ୍ତ ଜାରି

କନକ ବ୍ୟୁରୋ : ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ଅଭିଯୋଗ । ସଦରବ୍ଲକ ସାଙ୍କୁଲେଇ ପଞ୍ଚାୟତର ଭାରତୀ ରଥଙ୍କ ସ୍ୱାମୀ ନିଖୋଜ ଅଛନ୍ତି । ଗତକାଲି ରାତିରୁ ନିଖୋଜ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସାଙ୍କୁଲେଇ ରାସ୍ତାରୁ ରକ୍ତଛିଟା ଲାଗିଥିବା ସ୍କୁଟି ମିଳିଛିି । କିଛି ଲୋକ ବାଟରେ ଅଟକାଇଥିବା ଚିନ୍ମୟ ଫୋନ୍ କରି ଜଣାଇଥିଲେ । କଥା ହେବା ପରଠାରୁ ଚିନ୍ମୟଙ୍କ ମୋବାଇଲ୍ ବନ୍ଦ ଅଛି । ପରିବାର ଲୋକଙ୍କ ଏତଲା ପରେ ପୋଲିସର ତଦନ୍ତ ଜାରି ରହିଛି ।

ଭାରତୀ ରଥଙ୍କ କହିବାନୁଯାୟୀ, ଗତକାଲି ସେ ଓ ତାଙ୍କ ସ୍ୱାମୀ ଦିନସାରା ଗାଁରେ ପ୍ରଚାର କରିଥିଲେ । ରାତିରେ ପାଖ ଗାଁକୁ ଯିବାକୁ କହି ଚିନ୍ମୟ ଯାଇଛନ୍ତି ଏ ଯାଏଁ ତାଙ୍କର କୌଣସି ଖୋଜ୍ ଖବର ମିଳିପାରିନାହିଁ । ରାତି ୧୦ଟାରୁ ଚିନ୍ମୟଙ୍କ ଫୋନ ମଧ୍ୟ ସ୍ୱିଚ୍ ଅଫ୍ ରହିଛି । ଚିନ୍ମୟ ନେଇକି ଯାଇଥିବା ସ୍କୁଟି ମିଳିଛି । ସେଥିରେ ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଛି । ତେଣୁ ପରିବାର ଲୋକଙ୍କ ସନ୍ଦେହ ଚିନ୍ମୟଙ୍କୁ ଅପହରଣ କରି ନିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe