କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଅଳଙ୍କାର କେତେ ଅଛି? ଏବେ ଏହାର ଗଣତି ହେବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମୁଖ୍ୟମନ୍ତ୍ରୀ ୧୨ ଜଣିଆ କମିଟି ଗଠନ କରିଛନ୍ତି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅରିଜିତ ପଶାୟତ କମିଟିର ଅଧ୍ୟକ୍ଷ ହୋଇଛନ୍ତି । ଆସନ୍ତା ୯ ତାରିଖରେ ପୁରୀରେ ଏହାର ପ୍ରଥମ ବୈଠକ ବସିବ ।

Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାର ସହ ସାରା ଓଡ଼ିଶାର ଭାବପ୍ରବଣତା ଯୋଡ଼ି ହୋଇରହିଛି । ଏହା ଭିତରେ କେତେ ଅଳଙ୍କାର, ସୁନା, ରୁପା ଆଦି କେତେ ମୂଲ୍ୟବାନ ରତ୍ନ ଗଚ୍ଛିତ ରହିଛି, ତା’ର ତାଲିକା ପ୍ରସ୍ତୁତି ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଛି । ଆଉ ଏହି ପ୍ରକ୍ରିୟାକୁ ଆଗକୁ ବଢାଇଛନ୍ତି ରାଜ୍ୟ ସରକାର । ରତ୍ନଭଣ୍ଡାର ଅଳଙ୍କାରର ତାଲିକା ପ୍ରସ୍ତୁତିର ତଦାରଖ ପାଇଁ ଆଜି ୧୨ ଜଣିଆ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରତ୍ନଭଣ୍ଡାର ଗଣତି ପାଇଁ ୧୨ ଜଣିଆ କମିଟି
କମିଟିର ଅଧ୍ୟକ୍ଷ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ
ଉପାଧ୍ୟକ୍ଷ ଦାୟିତ୍ୱରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା
ଆବାହକ ଦାୟିତ୍ୱରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
କମିଟିରେ ଅଛନ୍ତି ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ ସିଏମ୍ଡି ବିଧୁଭୂଷଣ ସାମଲ
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମୁଖ୍ୟମନ୍ତ୍ରୀ ଏହି କମିଟି ଗଠନ କରିଛନ୍ତି । ଆସନ୍ତା ୯ ତାରିଖରେ ପୁରୀରେ ଏହାର ପ୍ରଥମ ବୈଠକ ବସିବ ।
ବାହାର ରତ୍ନଭଣ୍ଡାର କାନ୍ଥରେ ଫାଟ
ଏଏସ୍ଆଇ ଦେଲା ଲେଜର୍ ସ୍କାନିଂ ରିପୋର୍ଟ
ନଭେମ୍ବର ୨୮ ଓ ୨୯ ତାରିଖରେ ଲେଜର୍ ସ୍କାନିଂ କରାଯାଇଥିଲା, ସେଥିରେ ରତ୍ନଭଣ୍ଡାରର ଉତରପାଶ୍ୱର୍ରେ ଫାଟ ଦେଖିବାକୁ ମିଳିଛି ।
ଲେଜର୍ ସ୍କାନିଂ ରିପୋର୍ଟ ଭଏସ୍ ହେବନି
ଚୂନ ପ୍ଲାଷ୍ଟର ଥିବା ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି, ଯାହାର ମରାମତି ଜରୁରୀ
ରତ୍ନଭଣ୍ଡାର ଓ ଜଗମୋହନ ମଝି ଭାଗକୁ ମଜବୁତ କରିବା ଆବଶ୍ୟକ
ବାହାର ତିନି କାନ୍ଥର ପ୍ଲାଷ୍ଟର ଛଡ଼ାଇବା ପରେ ବଡ଼ ଫାଟ ଥିବା ଜଣାପଡିଲେ ଆବଶ୍ୟକ ପଦକ୍ଷେପ ନିଆଯିବ

୨୦୨୩ ନଭେମ୍ବର ୪ ତାରିଖରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉଚ୍ଚସ୍ତରୀୟ କମିଟି ଗଠନ ସହ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବା ନେଇ ଆଲୋଚନା ହୋଇଥିଲା ।