କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପାଖୋଇ ଆସିଲାଣି । ଆଉ ଏହି ସମୟରେ ଅପରାଧୀ ଓ ଅସାମାଜିକ ଲୋକଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୁଲିସ ବି ଆରମ୍ଭ କରିଦେଇଛି ପୁଲିସ । ଗଣ୍ଡଗୋଳ ଆଶଙ୍କା ଥିବାରୁ ଦାଗୀଙ୍କୁ ତଡିପାର ପାଇଁ ଆରମ୍ଭ ହୋଇଛି ଯୋଜନା । ଏଥିପାଇଁ ତାଲିକା ପ୍ରସ୍ତୁତ କରାଯାଇ ସମସ୍ତ ଥାନା ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମାରେ କୁହାଯାଇଛି,
-୨୪ ଶହ ଜାମିନ ବିହୀନ ଗିରଫ ପରୱାନା ଥିବା ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ଗିରଫ କର
-ବାରମ୍ବାର ଅପରାଧ ଘଟାଉଥବା ବ୍ୟକ୍ତିଙ୍କୁ ଜେଲରେ ଭର୍ତ୍ତି କର
-ଅସାମାଜିକ ଲୋକ ଓ ଅପରାଧୀଙ୍କୁ ତଡିପାର କରାଅ
-ନିର୍ବାଚନ ସମୟରେ ଅଶାନ୍ତି ସୃଷ୍ଟି କରୁଥିବା ଲୋକଙ୍କୁ ଚେତାବନୀ ଦିଅ
-୧୪ ଶହ ୧୦ ଜଣଙ୍କ ପାଖରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କ ସମ୍ପର୍କରେ ଯାଂଚ କର
-ଲାଇସେନ୍ସ ଅବଧି ଶେଷ ହୋଇଥିବା ଓ ଅପରାଧିକ ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କ ବନ୍ଧୁକ ଥାନାରେ ଦାଖଲ ନିର୍ଦ୍ଦେଶ
ରାଜଧାନୀର ସମସ୍ତ ଥାନା ଅଧିକାରୀ ସହ ସମସ୍ତ ଅଫିସରଙ୍କୁ ନେଇ ଡିସିପି ବୈଠକ କରିଛନ୍ତି ।

ସମ୍ବେଦନଶୀଳ ଅଂଚଳ ପାଇଁ ଗୁଇନ୍ଦାକୁ କରାଗଲା ସତର୍କ
ଦାଗୀଙ୍କୁ ଧରିବା ପାଇଁ ପୁଲିସର ଡ୍ରାଇଭ

ଭୁବନେଶ୍ୱରର ଯେଉଁ ଅଂଚଳରେ ହିଂସାକାଣ୍ଡ ହେବାର ସମ୍ଭାବନା ରହିଛି ଓ କେଉଁ ଲୋକ ଏଥିପାଇଁ ଯୋଜନା କରୁଛି ତାର ସୂଚନା ପାଇଁ ଗୁଇନ୍ଦାକୁ ସତର୍କ କରାଯାଇଛି ।ଏବେଠାରୁ ଏନବିଡବ୍ଲୁ ଡ୍ରାଇଭକୁ ଜୋରଦାର କରାଯାଇଛି । ଦାଗୀ ଅପରାଧୀଙ୍କ ପାଇଁ ସ୍ୱତନ୍ତ୍ର ଡ୍ରାଇଭ ବି ଆରମ୍ଭ ହୋଇଛି ।
ଭୁବନେଶ୍ୱରର ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥଗୁଡିକୁ କଡା ନଜରରେ ରଖାଯାଇଛି । ନିର୍ବାଚନକୁ ଯେଭଳି ଅବାଧ ଓ ନିରପେକ୍ଷ କରାଯିବ ସେ ନେଇ ପ୍ରସ୍ତୁତ ହେଉଛି କମିଶନରେଟ ପୁଲିସ ।