କନକ ବ୍ୟୁରୋ : ନିଶା ବେପାରୀ ସାବଧାନ । ଏଥର ଆଉ ତ୍ରାହି ନାହିଁ । କାରଣ କମିଶନରେଟ ପୋଲିସ ପୁଣିଥରେ ଜୋରଦାର ଆରମ୍ଭ କରିଛି ଅପରେସନ ହ୍ୱାଇଟ ସ୍ପାଇଡର । ଯାହା ଏବେ ନିଶା ବେପାରୀଙ୍କ ନିଦ ହଜାଇ ଦେଇଛି । ଏଣିିକି ରାଜଧାନୀରେ ନିଶା ବିକିଲେ ୬ ମାସ ପାଇଁ ହେବେ ତଡିପାର । ପ୍ରଥମଥର ପାଇଁ ଜଣେ ନିଶା ବେପାରୀଙ୍କୁ ରାଜଧାନୀରୁ ତଡିପାର କରିଛି ପୋଲିସ । ପୂର୍ବରୁ ପେଶାଦାର ଅପରାଧୀଙ୍କୁ ଭୁବନେଶ୍ୱରରୁ ତଡିପାର କରାଯାଉଥିଲା । କିନ୍ତୁ ପ୍ରଥମଥର ପାଇଁ ଜଣେ ନିଶା ବେପାରୀ ତଡିପାର ହୋଇଛନ୍ତି । ଏଣିକି ନିଶା ବିକିଲେ ରାଜଧାନୀରୁ ୬ ମାସ ହେବେ ତଡିପାର ।

Kanak News is now on WhatsApp
Join and get latest news updates delivered to you via WhatsApp
ନିଶା କାରବାର ଓ ନିଶା ବେପାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇଛି କମିଶନରେଟ ପୋଲିସ । ନିଶା ବେପାରୀଙ୍କୁ ଧରିବାକୁ ହ୍ୱାଇଟ ସ୍ପାଇଡର ଅପରେସନକୁ ଜୋରଦାର କରିଛି ପୋଲିସ । ଖାସକରି ବ୍ରାଉନସୁଗାର ଓ ଗଞ୍ଜେଇ କାରବାର ଉପରେ ନଜର ରଖିଛି ପୋଲିସ । ପ୍ରଥମ ନିଶା ବେପାରୀ ଭାବେ ଚକ୍ରଧର ସାହୁକୁ ତଡିପାର କରିଛି ପୋଲିସ । ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନାରେ ଅଭିଯୁକ୍ତ ବିରୋଧରେ ୩ଟି କେସ ରହିଛି । ଗତ ୧ ମାସରେ ବ୍ରାଉନସୁଗାର ବେପାର ଚଳାଇଥିବା ୧୨ ଜଣଙ୍କୁ ଗିରଫ କରାଯାଇଛି । ସେହିଭଳି ମାସକ ଭିତରେ ୨୧ ଜଣଙ୍କୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରାଯାଇଛି । ଏହାସହ କମିଶନରେଟ ପୋଲିସ ପକ୍ଷରୁ ଏକ ନମ୍ବର ମଧ୍ୟ ଜାରି କରାଯାଇଛି । ନିଶା କାରବାର ସମ୍ପର୍କିତ ଖବର ୭୦୭୭୭୯୮୧୧୧ରେ ଜଣାଇବାକୁ ଅପିଲ କରିଛନ୍ତି ଡିସିିପି ।