ଓଡିଶା କଂଗ୍ରେସ ପ୍ରଭାରୀଙ୍କ ଶୋଭାଯାତ୍ରାକୁ ମିଳିଲାନି ଅନୁମତି । ୩ଟି ଗାଡିରେ ଯାତ୍ରା ପାଇଁ କମିଶନରେଟ ପୁୁଲିସର ଅନୁମତି ।

Advertisment
ରାଜ୍ୟସ୍ତରୀୟ ନେତାଙ୍କୁ ନେଇ ଆଜି ଆଲୋଚନା କରିବେ ଓଡ଼ିଶା କଂଗ୍ରେସ ପ୍ରଭାରୀ: ବିଧାୟକ ଦଳ ନେତାଙ୍କ ବାସଭବନରେ ବିଧାୟକଙ୍କ ସହ କରିବେ ଚର୍ଚ୍ଚା

କନକ ବ୍ୟୁରୋ: କଂଗ୍ରେସର ଓଡିଶା ପ୍ରଭାରୀଙ୍କ ଶୋଭାଯାତ୍ରାକୁ ମିଳିଲାନି ଅନୁମତି । କେବଳ ୩ଟି ଗାଡି ନେଇ ଯାତ୍ରା କରିବାକୁ ଅନୁମତି ଦେଇଛି କମିଶନରେଟ ପୁୁଲିସ । ତେବେ  ୬ ଦିନିଆ ଗସ୍ତରେ ଆସୁଛନ୍ତି କଂଗ୍ରେସର ପ୍ରଭାରୀ ଏ. ଚେଲ୍ଲା କୁମାର । ଆଜି ୫ଟାରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ପରେ ସେଠାରୁ ସିଧାସଳଖ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ଯିବେ  । 

ସେହିଭଳି ଆସନ୍ତାକାଲି ରାଜ୍ୟ କଂଗ୍ରେସ ଭବନରେ ଓଡ଼ିଶା କଂଗ୍ରେସର ପ୍ରଭାରୀ ଏ ଚେଲ୍ଲା କୁମାରଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଓଡିଶା ପ୍ରଭାରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଗସ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe