କମିସନରେଟ୍ ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ବନ୍ଧୁକ ମାଫିଆ । ୫ ବନ୍ଧୁକ, ମାଗାଜିନ୍, ବିପୁଳ ଗୁଳି ସହ ୨ ଗିରଫ ।

104

କନକ ବ୍ୟୁରୋ: କମିସନରେଟ୍ ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ବନ୍ଧୁକ ମାଫିଆ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମାଡିବସିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଦୁଇ ଜଣଙ୍କୁ ଗିରଫ କରିଛି କମିସନରେଟ୍ ପୋଲିସ । ଏହାସହ ୫ଟି ବନ୍ଧୁକ, ମାଗାଜିନ୍ ଓ ବିପୁଳ ଗୁଳି ଜବତ ହୋଇଛି । ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ପୋଲିସ କମିସନର୍ ସଂଜୀବ ପଣ୍ଡା ।

ନିର୍ବାଚନ ପୂର୍ବରୁ ଗୋଟିଏ ବଡ ଆକ୍ରମଣର ଯୋଜନା ଚଳାଇଥିଲେ ମାଫିଆ । ଏଥିପାଇଁ ବିବାହ ମୁଙ୍ଗେରିରୁ ଚୋରାରେ ବନ୍ଧୁକ ଆଣି ଓଡିଶାରେ ବିକ୍ରି କରିବାକୁ ଷଡଯନ୍ତ୍ର ହୋଇଥିଲା । ଯାହାକୁ ପଣ୍ଡୁର କରିଛି କମିସନରେଟ୍ ପୋଲିସ୍ ପୋଲିସ ।