କନକ ବ୍ୟୁରୋ: ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାର ତଦନ୍ତ କରିବ କମିଶନରେଟ ପୋଲିସ । କାରଣ ଦୁଷ୍ମନ୍ତଙ୍କ ମାଆ ବାସନ୍ତି ଦାସ ଜଗତସିଂହପୁର କୁଜଙ୍ଗରେ କରିଥିବା ମାମଲାକୁ କଟକ ସ୍ଥାନାନ୍ତର କରାଯାଇଛି । ତାଙ୍କ ମାଆ କରିଥିବା ଅଭିଯୋଗ ଆଧାରରେ ତଦନ୍ତ ଆଗେଇବ ବୋଲି କହିଛନ୍ତି ପୋଲିସ କମିଶନର ।
ତେବେ ପୁଅର ମୃତ୍ୟୁ ଖବର ପାଇବା ପରେ ବାସନ୍ତି ଯେଉଁ ଅଭିଯୋଗ କରିଥିଲେ ସେଥିରେ ଜଣେ ଖଳ ପ୍ରକୃତିର ବ୍ୟକ୍ତି କଟକ ଏସସିବି ମେଡିକାଲ ଆସି ବିଭିନ୍ନ କଥା କହି ପୁଅକୁ ଭୁବନେଶ୍ୱର ନେଇ ଯାଇଥିବା ଦର୍ଶାଇଥିଲେ । ସେହି ଆଧାରରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ । ଅର୍ଥାତ ବିଧାନସଭା ସମ୍ମୁଖରେ ଆସି ଆତ୍ମହତ୍ୟା କରିବା ପାଇଁ ଦୁଷ୍ମନ୍ତଙ୍କୁ କିଏ ପ୍ରବର୍ତ୍ତାଇ ଥିଲେ ତାର ଖୋଳତାଡ କରିବ କମିଶନରେଟ ପୋଲିସ ।
ଆତ୍ମହତ୍ୟା ପାଇଁ ଦୁଷ୍ମନ୍ତଙ୍କୁ କିଏ ଉସୁକାଇଥିଲା ତାର ତଦନ୍ତ ହେବ । ହେଲେ ଏସସିବିରେ ଅବହେଳା ନେଇ ସେ ଯେଉଁ ଅଭିଯୋଗ କରୁଥିଲେ ତାର ତଦନ୍ତ ହେବ ନା ନାହିଁ? ତା ଏବେ ବି ପ୍ରଶ୍ନବାଚୀ । ଦୁର୍ଘଟଣାରେ ଗୋଟିଏ ଗୋଡ ଜଖମ ହେବାପରେ ଜୀବନ ତାଙ୍କ ପାଇଁ ଯନ୍ତ୍ରଣା ପାଲଟି ଯାଇଥିଲା । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ବାରମ୍ବାର ଗୁହାରି କରିବା ପରେ ମଧ୍ୟ କେହି ଶୁଣିଲେନି ବୋଲି ଯେଉଁ ଅଭିଯୋଗ ହେଉଛି ସେନେଇ ପୋଲିସ ତଦନ୍ତ କରିବ ନା ନାହିଁ? କାରଣ ଅଭିଯୋଗ ଆସିଥିବା ଏସସିବି ମେଡିକାଲ କଲେଜର ଡାକ୍ତରମାନଙ୍କୁ କ୍ଲିନଚିଟ୍ ଦେଇସାରିଛି ସ୍ୱାସ୍ଥ୍ୟ ବିଭାଗ ।
ତେବେ ବାରମ୍ବାର ଇଚ୍ଛା ମୃତ୍ୟୁ ପାଇଁ ଗୁହାରି କରି ଶେଷରେ ବିଧାନସଭା ଆଗରେ ବିଷ ପିଇବା ସହ ହାତ କାଟି ଦେଇଥିଲେ ଜଗତସିଂହପୁର ପଙ୍କପାଳ ଗାଁର ଦୁଷ୍ମନ୍ତ ଦାସ । ଏବେ ପ୍ରଶ୍ନ ଉଠୁଛି -
- ବିଧାନସଭା ଆଗରେ ଆତ୍ମହତ୍ୟା ପାଇଁ ଦୁଷ୍ମନ୍ତଙ୍କୁ କେହି ଉସୁକାଇଥିଲେ କି?
 - ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି?
 - ପ୍ରାୟ ଦେଢବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହେବା ପଛରେ କେଉଁମାନେ ଦାୟୀ ?
 
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/34-12.jpg)