କନକ ବ୍ୟୁରୋ: ହୋଲିକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ କମିସନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଅମାନିଆଙ୍କୁ ଜଗିବା ପାଇଁ ୩୧ଟି ସ୍ଥାନରେ ମୁତୟନ ହେବେ ପୋଲିସ ଓ ଷ୍ଟ୍ରାଇକିଂ ଫୋର୍ସ ।

ରାଜଧାନୀର ୪ଟି ଗାଧୁଆ ତୁଠରେ ଜଗିବ ପୋଲିସ । ପିସିଆର ଭ୍ୟାନ ସହ ୧୭ଟି ମୋବାଇଲ ଭେଇକିଲରେ ପୂରା ସହର ଉପରେ କଡ଼ା ନଜର ରଖାଯିବ । ମଦ ପିଇ ଗାଡ଼ି ଚଳାଇଲେ ହେବ କାର୍ଯ୍ୟାନୁଷ୍ଠାନ । ରୋଡ ରୋମିଓଙ୍କ ଉପରେ ମଧ୍ୟ ନଜର ରଖାଯିବ । ସିସିଟିଭି ଫୁଟେଜକୁ କଡ଼ାକଡ଼ି ଭାବେ ଯାଂଚ କରାଯିବ । କମିକାଲ ରଙ୍ଗ ବିକ୍ରି ମନା ହୋଇଥିବାରୁ ଏହା ଉପରେ ନଜର ରଖିବ ସ୍ୱତନ୍ତ୍ର ଟିମ୍ । ଜଣେ ଡିସିପିଙ୍କ ନେତୃତ୍ୱରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । କମର୍ସିଆଲ ପାର୍ଟି କରୁଥିଲେ ପୋଲିସକୁ ସମସ୍ତ ତଥ୍ୟ ଦେବା ବାଧ୍ୟତାମୂଳକ ।