କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାରେ ଏବେ ଆସିଛି ନୂଆ ମୋଡ । ଏହି ଘଟଣାରେ ଏବେ କମିଶନରେଟ୍ ପୋଲିସ ଦୁଇ ଜଣ ୱେବ୍ ସାମ୍ବାଦିକଙ୍କୁ ସମନ କରିଛି । ଦୁଇ ୱେବ୍ ସାମ୍ବାଦିକ ଅସିତ ରାଉତ ଏବଂ ଦାମୋଦର ସେଠୀଙ୍କୁ କଟକ ମଙ୍ଗଳାବାଗ ପୋଲିସ ନୋଟିସ୍ କରିଛି । ଏହି ଦୁଇ ୱେବ୍ ସାମ୍ବାଦିକ ଦୁଷ୍ମନ୍ତଙ୍କୁ ବିଧାନସଭା ଆଗରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ସେମାନଙ୍କୁ ପୋଲିସ ସମନ କରିଥିବା ଜଣାପଡିଛି ।
ବିଧାନସଭା ଅଧିବେଶନ ଚାଲିଥିବାବେଳେ ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ ନିଜ ହାତକାଟି ବିଧାନସଭା ସାମ୍ନାରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତେବେ କାହା ପ୍ରରୋଚନାରେ ସେ ଆତ୍ମହତ୍ୟା କରିବାକୁ ଆସିଥିଲେ ସେନେଇ ପୋଲିସ ତନାଘନା ଆରମ୍ଭ କରିଥିଲା ।
#ଦୁଷ୍ମନ୍ତ_ମୃତ୍ୟୁ_ମାମଲା: #ୱେବ_ସାମ୍ବାଦିକଙ୍କୁ_ସମନ
ଦୁଷ୍ମନ୍ତ ମୃତ୍ୟୁ ମାମଲାରେ ୨ ଜଣ ୱେବ ସାମ୍ବାଦିକଙ୍କୁ ସମନ । ଦୁଷ୍ମନ୍ତ ମୃତ୍ୟୁ ଘଟଣାରେ କମିସନରେଟ ପୋଲିସର ତଦନ୍ତ । ଦୁଇ ଗଣମାଧ୍ୟମ କର୍ମଚାରୀଙ୍କୁ କଟକ ମଙ୍ଗଳାବାଗ ପୋଲିସର ନୋଟିସ । #Cuttack@cpbbsrctcpic.twitter.com/uKNsP5Wt3o— Kanak News (@kanak_news) September 14, 2021
ଅନ୍ୟପଟେ ତାଙ୍କ ମା ମଧ୍ୟ ଏହି ଘଟଣାରେ ଏକ ଚାଞ୍ଚଲ୍ୟକର ବୟାନ ରଖିଥିଲେ । ତାଙ୍କ ପୁଅକୁ କେହି ବୁଝାଇ ସୁଝାଇ ଭୁବନେଶ୍ୱର ନେଇ ଯାଇଥିଲା ବୋଲି ସେ ସୂଚନା ଦେଇଥିଲେ । ଏହାପରେ ଏହି ଘଟଣାରେ କମିଶନରେଟ୍ ପୋଲିସ ତନାଘନା କରିବା ସହିତ ଏବେ ଦୁଇ ୱେବ୍ ସାମ୍ବାଦିକଙ୍କୁ ସମନ କରିଛି ।