ସିଲ ହେଲା ରାଜଧାନୀର ପେଣ୍ଟାଗନ ହୋଟେଲ । ସଟଡ଼ାଉନ୍ ବେଳେ ଜମିଥିଲା ମଦ ଓ ଜୁଆର ଆସର, ଖୋଲିଥିଲା କ୍ୟାସିନୋ । କମିସନରେଟ ପୋଲିସ ଚଢାଉ କରି ୩ଜଣ ଯୁବତୀଙ୍କ ସହ ୧୩ ଜଣଙ୍କୁ କରିଥିଲା ଗିରଫ ।

222

କନକ ବ୍ୟୁରୋ: ସିଲ ହେଲା ରାଜଧାନୀର ପେଣ୍ଟାଗନ ହୋଟେଲ । ଗତକାଲି ସପ୍ତାହନ୍ତ ସଟଡାଉନରେ କଳ୍ପନା ଛକର ପେଣ୍ଟାଗନ ହୋଟେଲରେ ବେଧଡକ ଚାଲୁଥିଲା ଜୁଆ ଖେଳ, ଜମୁଥିଲା ମଦର ଆସର । ବିନା ଭୟରେ ଜୁଆ ଖେଳୁଥିଲେ ଏକାଧିକ ବ୍ୟକ୍ତି । ସୁନ୍ଦରୀ ଯୁବତୀମାନେ ଜୁଆଡିଙ୍କୁ କାର୍ଡ ଟୋକନ ଓ ମଦ ବାଣ୍ଟୁଥିଲେ । ସଟଡାଉନ ଯୋଗୁଁ ସାରା ସହର ଅଟକି ଯାଇଥିବାବେଳେ ବେଳେ ସିନେମା ଷ୍ଟାଇଲରେ ଏଠାରେ ଜୁଆ ଖେଳ ଚାଲିଥିଲା । ପେଣ୍ଟାଗନ ହୋଟେଲରେ ରୁମ ଭଡା ନେଇ କ୍ୟାସିନୋ ଚାଲିଥିଲା । ଏହି ଖବର ପାଇ କମିସନରେଟ ପୁଲିସ ଚଢାଉ କରି ୧୩ଜଣ ଜୁଆଡିଙ୍କୁ ଗିରଫ କରିଥିଲା । ଗିରଫଙ୍କ ମଧ୍ୟରେ ଅଛନ୍ତି ତିନି ଜଣ ଯୁବତୀ । ଘଟଣାସ୍ଥଳରୁ ଜୁଆରେ ବ୍ୟବହୃତ ବିପୁଳ ପରିମାଣର କଏନ, ତାସ, ଟଙ୍କା ଜବତ ହୋଇଛି । ତା ସହିତ ୧୮ଟି ମୋବାଇଲ ଫୋନ, ୨ଲକ୍ଷ ୫୩ ହଜାର ଟଙ୍କା, ତାସ ସହ ବିପୁଳ ପରିମାଣର ଜୁଆ ଖେଳରେ ବ୍ୟବହୃତ କଏନ ଜବତ କରିଛି । ଆଜି ଗିରଫ ଜିଆଡ଼ିଙ୍କୁ କୋର୍ଟ ଚାଲାଣ କରାଯିବ ।