ବିବାଦୀୟ ଭାଇରାଲ ଅଡିଓ ମାମଲାରେ ୨ ଗିରଫ: ଦୁଇ ଜଣଙ୍କୁ ପଚରାଉଚରା ପରେ କମିଶନରେଟ ପୋଲିସର ସୂଚନା; କହିଲା, ତିଆରି କରି ଭାଇରାଲ କରାଯାଇଥିଲା ଅଡିଓ

ପ୍ରସ୍ତୁତ କରି ଏଡିଟ କରାଯାଇ ଭାଇରାଲ କରାଯାଇଥିଲା । ଉଦ୍ଦେଶ୍ୟମୂଳକ ଭାବେ ଏହି ଅଡିଓ କ୍ଲିପ ତିଆରି କରାଯାଇଥିଲା । ୨ଗିରଫଙ୍କ ମଧ୍ୟରେ ଜଣେ ଅରଟେଲ କର୍ମଚାରୀ : ପୋଲିସ

1,345

କନକ ବ୍ୟୁରୋ: ଏକ ଘରୋଇ ଟିଭି ଚ୍ୟାନେଲରେ ବିବାଦୀୟ ଭାଇରାଲ ଅଡିଓ ପ୍ରସାରଣ ପ୍ରସଙ୍ଗରେ କମିଶନରେଟ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ କେବୁଲ ନେଟୱର୍କ ସଂସ୍ଥା ଓରଟେଲ କମ୍ୟୁନିକେଶନର ଜଣେ କର୍ମଚାରୀ ଅଛନ୍ତି । ଗିରଫ ଦୁଇଜଣ ହେଲେ ବିଶ୍ୱଜିତ ମହାନ୍ତି ଓ ଲକ୍ଷ୍ମୀକାନ୍ତ ବେହେରା । ୨ ଜଣଙ୍କୁ ପଚରାଉଚରା ପରେ ପୁଲିସ କହିଛି, ଭାଇରାଲ ଅଡିଓ କ୍ଲିପକୁ ତିଆରି କରାଯାଇଥିଲା । ଆଉ ତିଆରି କରିବା ପରେ ଏହାକୁ ଭାଇରାଲ କରାଯାଇଥିଲା । ପ୍ରସ୍ତୁତ କରି ଏଡିଟ କରାଯାଇ ଉଦ୍ଦେଶ୍ୟମୂଳକ ଭାବେ ଏହି ଅଡିଓ ଭାଇରାଲ ହୋଇଛି । ୨ ଜଣ ଗିରଫଙ୍କ ମଧ୍ୟରେ ଜଣେ ଓରଟେଲ କର୍ମଚାରୀ ଥିବା ପୁଲିସ କହିଛି ।

ଗିରଫ ପରେ ଦୁଇଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ଦୁଇଜଣ ବ୍ୟକ୍ତି ଭାଇକାଲ ଅଡିଓ କ୍ଲିପରେ କଥା ହୋଇଥିଲେ ବୋଲି କହିଛି ପୁଲିସ । ଏହି ଭାଇରାଲ ଅଡିଓ ଟେପ ପ୍ରସାରଣ ପରେ କରୋନା ନେଇ ମିଥ୍ୟା ଖବର ପ୍ରସାରଣ କରିବା ଅଭିଯୋଗରେ ସଂପୃକ୍ତ ଘରୋଇ ଚ୍ୟାନେଲ ବିରୋଧରେ ଶୁକ୍ରବାରଦିନ ଥାନାରେ ଅଭିଯୋଗ କରିଥିଲା ବିଏମସି । ଏଥି ସହ ସେହି ଟିଭି ଚାନେଲକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଦିଆଯାଇଥିଲା । ଏହି ଅଡିଓ ଟେପରେ କୁହାଯାଇଥିଲା, ଜଣେ କରୋନା ରୋଗୀଙ୍କ ପାଇଁ କେନ୍ଦ୍ର ସରକାର ଦେଢ ଲକ୍ଷରୁ ଅଢେଇ ଲକ୍ଷ ଟଙ୍କା ଦେଉଛନ୍ତି । କୋଭିଡ୍ ହସ୍ପିଟାଲ ଗୁଡିକୁ ଅତି କମ୍ରେ ଶହେ ରୋଗୀଙ୍କୁ ଆଡମିସନ୍ କରିବାକୁ ଟାର୍ଗେଟ ଦିଆଯାଇଛି ।

ସେପଟେ ଓରଟେଲର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଗିରଫ ବିଷୟରେ ସେ କିଛି ଖବର ପାଇନାହନ୍ତି । ତେବେ ଓରଟେଲର ଜଣେ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ଗିରଫଦାରୀ କିମ୍ବା ଅଟକ ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି ।