ବିଧାନସଭା ସମ୍ମୁଖ ରାସ୍ତା ସିଲ୍: କୌଣସ ଗାଡ଼ି କିମ୍ବା ଲୋକ ବିଧାନସଭା ଚାଲିଥିବା ସମୟରେ କରିପାରିବେନି ଯାତାୟତ; ଚାଲିଚାଲି ଯାଉଥିବା ଲୋକଙ୍କ ଉପରେ କଡ଼ା ନଜର

Advertisment
ବିଧାନସଭା ସମ୍ମୁଖ ରାସ୍ତା ସିଲ୍: କୌଣସ ଗାଡ଼ି କିମ୍ବା ଲୋକ ବିଧାନସଭା ଚାଲିଥିବା ସମୟରେ କରିପାରିବେନି ଯାତାୟତ; ଚାଲିଚାଲି ଯାଉଥିବା ଲୋକଙ୍କ ଉପରେ କଡ଼ା ନଜର

କନକ ବ୍ୟୁରୋ: ବିଧାନସଭା ସମ୍ମୁଖ ରାସ୍ତା ସିଲ୍ । କୌଣସି ଗାଡି କିମ୍ବା ଲୋକ ବିଧାନସଭା ଚାଲିଥିବା ସମୟରେ ସେହି ରାସ୍ତାରେ ଯାତାୟାତ କରିପାରିବେ ନାହିଁ । ଜୟଦେବବିହାର ରାସ୍ତା ଦେଇ ଆସୁଥିବା ଯାନବାହନ ସିପି ଅଫିସ ଠାରେ ଅଟକିବ । ଆଚାର୍ଯ୍ୟବିହାରରୁ ଏଜି ଛକ ଦେଇ ଯାଉଥିବା ଯାନବାହାନ, କେଶରୀ ଟକିଜ ପାଖରେ ଅଟକିବ ।

ସେହିପରି ଏଜି ଛକରୁ ଆସୁଥିବା ଯାନବାହାନ ସୂଚନାଭବନ ଛକରେ ଅଟକିବ । ଜରୁରୀକାଳୀନ ସେବା, ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇ ଚେକ ପୋଷ୍ଟ ଦେଇ ବିଧାନସଭା ରାସ୍ତାରେ ଯାଇପାରିବେ । ପିଏମଜି ଛକର ସୂରକ୍ଷା ବ୍ୟବସ୍ଥା ପୂର୍ବ ପରି ରହିଛି । ବିଶେଷ କରି ଚାଲିଚାଲି ଯାଉଥିବା ଲୋକଙ୍କ ଉପରେ କଡା ନଜର ରଖାଯାଇଛି ।ସାଦା ପୋଷାକରେ ପୁଲିସ ମୁତୟନ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe