କନକ ବ୍ୟୁରୋ: ବିଧାନସଭା ସମ୍ମୁଖ ରାସ୍ତା ସିଲ୍ । କୌଣସି ଗାଡି କିମ୍ବା ଲୋକ ବିଧାନସଭା ଚାଲିଥିବା ସମୟରେ ସେହି ରାସ୍ତାରେ ଯାତାୟାତ କରିପାରିବେ ନାହିଁ । ଜୟଦେବବିହାର ରାସ୍ତା ଦେଇ ଆସୁଥିବା ଯାନବାହନ ସିପି ଅଫିସ ଠାରେ ଅଟକିବ । ଆଚାର୍ଯ୍ୟବିହାରରୁ ଏଜି ଛକ ଦେଇ ଯାଉଥିବା ଯାନବାହାନ, କେଶରୀ ଟକିଜ ପାଖରେ ଅଟକିବ ।
ସେହିପରି ଏଜି ଛକରୁ ଆସୁଥିବା ଯାନବାହାନ ସୂଚନାଭବନ ଛକରେ ଅଟକିବ । ଜରୁରୀକାଳୀନ ସେବା, ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇ ଚେକ ପୋଷ୍ଟ ଦେଇ ବିଧାନସଭା ରାସ୍ତାରେ ଯାଇପାରିବେ । ପିଏମଜି ଛକର ସୂରକ୍ଷା ବ୍ୟବସ୍ଥା ପୂର୍ବ ପରି ରହିଛି । ବିଶେଷ କରି ଚାଲିଚାଲି ଯାଉଥିବା ଲୋକଙ୍କ ଉପରେ କଡା ନଜର ରଖାଯାଇଛି ।ସାଦା ପୋଷାକରେ ପୁଲିସ ମୁତୟନ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/18-36.jpg)