କୋଭିଡ ମୁକାବିଲା ପାଇଁ ହାଲୁକା ଏକ୍ସେସାଇଜ୍ ସହ ମର୍ଣ୍ଣିଂ ଓାକ୍ ପାଇଁ ପରାମର୍ଶ ଦେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହେଲେ କମିଶନରେଟର ପୁଲିସର ଅଜବ ନିଷ୍ପତି । ମର୍ଣ୍ଣିଂ ୱାକ୍ ଓ ସାଇକେଲିଂ କଲା ନିଷେଧ ।

Advertisment
କୋଭିଡ ମୁକାବିଲା ପାଇଁ ହାଲୁକା ଏକ୍ସେସାଇଜ୍ ସହ ମର୍ଣ୍ଣିଂ ଓାକ୍ ପାଇଁ ପରାମର୍ଶ ଦେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହେଲେ କମିଶନରେଟର ପୁଲିସର ଅଜବ ନିଷ୍ପତି । ମର୍ଣ୍ଣିଂ ୱାକ୍ ଓ ସାଇକେଲିଂ କଲା ନିଷେଧ ।

କନକ ବ୍ୟୁରୋ: ଏଣିକି ଆଉ ଆପଣ ସକାଳୁ ମର୍ଣ୍ଣିଂ ୱାକ୍ କିମ୍ବା ସାଇକେଲିଂ କରିପାରିବେ ନାହିଁ । ରାସ୍ତାରେ ଲୋକ ଗହଳି କରୁଥିବା କାରଣ ଦର୍ଶାଇ କମିଶନରେଟ୍ ପୁଲିସ୍, ଲକ୍ଡାଉନ୍ କିମ୍ବା ସଟ୍ଡାଉନ୍ ସମୟରେ ମର୍ଣ୍ଣିଂ ୱାକ୍କୁ ବାରଣ କରିଛି । ମହାମାରୀ ଯୋଗୁଁ ଘରେ ରହିବାକୁ କଟକ-ଭୁବନେଶ୍ୱର ବାସିନ୍ଦାଙ୍କୁ ପରାମର୍ଶ ଦେଇଛନ୍ତି ପୁଲିସ୍ କମିଶନର ।

ଅର୍ଥାତ୍ ପ୍ରତିଦିନ ସକାଳୁ ୬ରୁ ୭ ଯେଉଁ ଘଂଟାଏ ସମୟ ମିଳୁଥିଲା ମର୍ଣ୍ଣିଂ ୱାକ୍ କିମ୍ବା ସାଇକେଲିଂ କରିବା ପାଇଁ, ସେହି ସୁବିଧା ଆଉ କଟକ-ଭୁବନେଶ୍ୱର ବାସିନ୍ଦାଙ୍କୁ ମିଳିବ ନାହିଁ । କାରଣ ଏହା ଉପରେ କଟକଣା ଲଗାଯାଇଛି । କିନ୍ତୁ ପ୍ରଶ୍ନ ହେଉଛି- ମର୍ଣ୍ଣିଂ ୱାକ୍ କିମ୍ବା ସାଇକେଲିଂ ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ?

କୋଭିଡ୍ ରୋଗରେ ଆକ୍ରାନ୍ତ ହେବା ପୂର୍ବରୁ ଯେଉଁ ବ୍ୟକ୍ତି ନିୟମିତ ବ୍ୟବଧାନରେ ବ୍ୟାୟାମ କରୁଥିଲେ ସେହି ବ୍ୟକ୍ତିି ହସ୍ପିଟାଲରେ ଭର୍ତ୍ତି ହେବା, ଆଇସିୟୁ ବେଡ୍କୁ ଯିବା କିମ୍ବା ମୃତ୍ୟୁ ହେବାର ସଂଭାବନା କମ । ପ୍ରତି ବୟସ୍କ ବ୍ୟକ୍ତି ସପ୍ତାହରେ ଅଢ଼େଇରୁ ୫ ଘଂଟା ବ୍ୟାୟାମ କରିବା ଆବଶ୍ୟକ । ବ୍ୟାୟାମ ମାନସିକ ଚାପକୁ ଦୂର କରେ । ଶରୀରକୁ ସୁସ୍ଥ ରଖେ । ଯାହା ଭୂତାଣୁ ବିରୋଧୀ ଲଢ଼େଇ ପାଇଁ ବେଶ ସହାୟକ ।

ମହାମାରୀ ସମୟରେ ଆମେ ଗତିବିଧି ଉପରେ ନିୟନ୍ତ୍ରଣ କରିଛନ୍ତି । ତେଣୁ ସବୁ ବୟସବର୍ଗର ଲୋକଙ୍କୁ ସକ୍ରିୟ ବା ଆକ୍ଟିଭ୍ ରହିବା ଆବଶ୍ୟକ । ନିୟମିତ ବ୍ୟବଧାନରେ ୱାର୍କିଂ ଏବଂ ଷ୍ଟ୍ରେଜିଂ କଲେ ମାଂସପେଶୀ ସଂଚାଳନ ଏବଂ ରକ୍ତ ସଂଚାଳନ ସକ୍ରିୟ ରଖିବା ସହ ମାନସିକ ଚାପ କମିବ ।

ସ୍ୱାସ୍ଥ୍ୟ ସହ ସମ୍ପର୍କିତ ଥିବା ସବୁଠୁ ବଡ଼ ସଂଗଠନ, କିନ୍ତୁ ବ୍ୟାୟାମ କରିବା ଏବଂ ନିଜକୁ ଫିଟ୍ ରଖିବାକୁ ପରାମର୍ଶ ଦେଉଛନ୍ତି । ଆଉ ଏହାରି ଭିତରେ କମିଶନରେଟ୍ ପୁଲିସ୍ ମର୍ଣ୍ଣିଂ ୱାକ୍ ଏବଂ ସାଇକେଲିଂ ଉପରେ କଟକଣା ଲଗାଯାଇଛି । ଏଥିରେ କୌଣସି ସନ୍ଦେହ ନାହିଁ ଯେ, କିଛି ଲୋକ ନିୟମ ଉଲଂଘନ କରୁଛନ୍ତି । କିଛି ଲୋକ ଅଯଥାରେ ଗହଳି କରୁଛନ୍ତି । ଏଥିକି ବେଳେ ପୁଲିସ୍ର ପ୍ରଥମିକତା କ’ଣ ହେବା ଦରକାର? ମର୍ଣ୍ଣିଂ ୱାକ୍ କୁ ବନ୍ଦ କରିବା ନା’ ଗହଳି ନହେବା ଦିଗରେ ପଦକ୍ଷେପ ନେବା?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe