କନକ ବ୍ୟୁରୋ: ରାଜଧାନୀର ବାର ଗୁଡିକ ଉପରେ ରାତି ଅଧିଆ ଚଢଉ । ସହରରେ ଏକାଧିକ ବାର ଓ ରେଷ୍ଟୁରାଂଟ ଉପରେ କମିଶନରେଟ୍ ପୁଲିସ ଚଢଉ କରିଛି । କିଛି ବାରରେ କୋଭିଡ ନିୟମ ଉଲଘଂନ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଯାହାଫଳରେ ଗତ ରାତିରେ ରାଜଧାନୀର ଖାରବେଳନଗର, କ୍ୟାପିଟା. ଲକ୍ଷ୍ମୀସାଗର, ଖଣ୍ଡଗିରି, ସହିଦନଗର, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି ପ୍ରଭୃତି ଥାନା ଅଂଚଳରେ ଥିବା ବାର୍ରେ ପୋଲିସ ରେଡ୍ କରିଛି । ଖାରବେଳ ନଗର ଓ କ୍ୟାପିଟାଲ ଥାନା ଅଂଚଳରେ ଥିବା ୬ଟି ବାରରେ ଚଢଉ ହୋଇଛି ।
ସେଥିମଧ୍ୟରୁ ଖାରବେଳ ଥାନା ଅଂଚଳରେ ଥିବା ମ୍ୟାଡ ମୁଲ ଓ କ୍ୟାପିଟାଲ ଥାନା ଅଂଚଳର ୟୁନିଟ୍-୮ରେ ଥିବା ଅଜିତ ବାର ନିୟମ ଉଲ୍ଲଂଘନ କରିଥିବା ଜଣାପଡିଛି । ଏହି ଦୁଇ ବାରରେ ଗ୍ରାହକମାନେ ଭିଡ ଜମାଇଥିଲେ । କୋଭିଡ୍ ନିୟମ ନମାନି ବେଆଇନ ଭାବେ ଜମା ହୋଇଥିବା ଅଭିଯୋଗରେ ୭୨ ଜଣଙ୍କଠାରୁ ୨୮ ହଜାର ଟଙ୍କା ଫାଇନ ଆଦାୟ କରିଛି ପୋଲିସ୍ । ସେହିପରି ଲକ୍ଷ୍ମୀସାଗର ଥାନା ଅଂଚଳରେ ଥିବା ୧୦ଟି ବାରରେ ଚଢ଼ଉ ହୋଇଛି । ଚଢ଼ଉ ସମୟରେ ସ୍ୱାଗତ ଓ ମହାନ୍ତି ବାର କୋଭିଡ ନିୟମ ଉଲଂଘନ କରୁଥିବା ସାମନାକୁ ଆସିଥିଲା । ଏହି ଦୁଇଟି ବାରକୁ ସିଲ୍ କରିବା ସହ ଫାଇନ ଆଦାୟ କରିଛି ପୋଲିସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/4-16.jpg)