ଭୁବନେଶ୍ୱରର ବିଭିନ୍ନ ବାରରେ କମିଶନରେଟ ପୋଲିସର ଚଢାଉ । କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ।

160

କନକ ବ୍ୟୁରୋ : ରାଜଧାନୀରେ ରାତି ଅଧିଆ ଚଢଉ । ସହରରେ ଏକାଧିକ ବାର ଓ ରେଷ୍ଟୁରାଂଟ ଉପରେ ଆଜି କମିଶନରେଟ୍ ପୁଲିସର ଚଢଉ । କୋଭିଡ୍ ନିୟମ ଉଲ୍ଲଂଘନ କରି ଚାଲିଥିଲା ବାର ଓ ଏଠାରେ ନିଶାସେବନ ଚାଲିଥିବା ଜଣାପଡିଛି । କ୍ୟାପିଟାଲ ଓ ଖାରବେଳ ଥାନା ଅଂଚଳରେ ଥିବା ୮ଟି ବାରରେ ଚଢଉ ହୋଇଛି ।

ସେଥିମଧ୍ୟରୁ ଖାରବେଳ ଥାନା ମ୍ୟାଡ ମୁଲ ଓ କ୍ୟାପିଟାଲ ଥାନା ଅଂଚଳ ୟୁନିଟ୍-୮ ଅଜିତ ବାର ନିୟମ ଉଲ୍ଲଂଘନ କରିଥିବା ଜଣାପଡିଛି । ବାରରେ ନିଶା ସେବନ କରୁଥିବା ୫୦ ଜଣରୁ ଅଧିକଙ୍କ ପାଖରୁ ଫାଇନ୍ ଆଦାୟ କରିଛି ପୁଲିସ । ଏଥି ସହିତ ବାର୍ ମ୍ୟାନେଜରଙ୍କ ଠାରୁ ଫାଇନ୍ ଆଦାୟ କରିଛି ।

ଆଇନ ଉଲ୍ଲଂଘନ କରିଥିବା ବାର ସିଲ୍ କରିବା ଲାଗି ଅବକାରୀ ବିଭାଗ ଚିଠି ଲେଖିବ ପୋଲିସ । ସେହିପରି ଲକ୍ଷ୍ମୀସାଗର ଥାନା ଅଂଚଳର ମହାନ୍ତି ବାର, ଖଣ୍ଡଗିରି, ସହିଦନଗର, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି ପ୍ରଭୃତି ଥାନା ଅଂଚଳରେ ଥିବା ବାର୍ରେ ପୋଲିସ ରେଡ୍ କରିଛି ।