କନକ ବ୍ୟୁରୋ: ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ନିଲମ୍ବିତ କନେଷ୍ଟବଳ ପ୍ରସନ୍ନ ବେହେରା ଓ ସାଉଟ ସିଟି ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନାଙ୍କୁ ପୋଲିସ ଅଟକ ରଖିଛି । ସେପଟେ ସାଉଥ ସିଟି ହୋଟେଲରେ ଚଢାଉ କରିଛି କମିଶନରେଟ ପୋଲିସ । ଚଢାଉ ବେଳେ ବିପୁଳ ପରିମାଣର ମଦ ଓ ନକଲି ନୋଟ ସାମ୍ନାକୁ ଆସିଛି । ଡାନ୍ସ ବାରରେ ନକଲି ଟଙ୍କା ଗୁଡିକ ପଡିରହିଛି । ସେପ୍ଟମ୍ବର ୩୦ ତାରିଖରୁ ବାର ଲାଇସେନ୍ସ ଅବଧି ସରିଛି କିନ୍ତୁ ବେଆଇନ ଭାବେ ସାରା ରାତି ସେଠାରେ ଚାଲିଥିଲା ବାର ।
ଅଟକ କନଷ୍ଟେବଳ ନିଜ ହୋଟେଲ ପରିଚାଳନା କରୁଥିଲେ । ଭାଇଙ୍କ ନାଁରେ ବାର ଲାଇସେନ୍ସ ଆଣି ବେଆଇନ କାରବାର ଚଳାଇଥିଲେ । ଏହାକୁ ନେଇ ସେମାନଙ୍କୁ ଅଟକ ରଖିବା ସହ ହୋଟେଲରେ ଚଢାଉ କରିଛି ପୋଲିସ । ପ୍ରସନ୍ନ ବେହେରାଙ୍କ ଭାଇଙ୍କ ନାଁରେ ହୋଟେଲ ଥିବା ବେଳେ ଏହାକୁ ସେ ଚଳାଉଥିଲେ । ସେପଟେ ତମାଣ୍ଡୋ ଥାନା ଆଇଆଇସିଙ୍କୁ ବଦଳି କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡ଼ିସିପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/10/54-1.jpg)