କନକ ବ୍ୟୁରୋ: ଏଥର ପୂଜାରେ ସାବାଡ଼ ହେବେ ଅପରାଧୀ । ପୂଜାରେ ଅପରାଧୀଙ୍କ ଅଣସାମାଜିକ କାର୍ଯ୍ୟକଳାପ ବଢ଼ିବାର ସମ୍ଭାବନା ଥିବାରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ୍ ପୋଲିସ । ଅପରାଧୀଙ୍କ କଳା ତାଲିକାଭୁକ୍ତ ଜାରି କରିଛି କମିଶନରେଟ୍ ପୋଲିସ । ଅଣ ସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବାକୁ ସବୁ ଥାନାକୁ ନିର୍ଦ୍ଦେଶ ।
ସବୁଠାରୁ ବଡ଼କଥା ହେଲା ପୂଜା ସମୟରେ ଏମାନଙ୍କ ଉପରେ ଟିକନିକ ନଜର ରଖିବ ପୋଲିସ । ଏନେଇ ଯଦି ଏମାନେ କୌଣସି ଅପରାଧିକ କାମରେ ସଂପୃକ୍ତ ଥିବା ଧରାପଡ଼ନ୍ତି, ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ଜେଲକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)