କନକ ବ୍ୟୁରୋ : ଦେଖିବାକୁ ଜଣେ ଅଫିସରଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି । ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ସବୁ କିଛି ବ୍ରାଣ୍ଡେଡ୍ । ଅଫିସର ଠାଣୀରେ କଥାବାର୍ତା । କିନ୍ତୁ କଥାବାର୍ତା ଆରମ୍ଭ କରିବା ବେଳେ ହିଁ ଆରମ୍ଭ ହୋଇ ଯାଇଥିବ ଅପରେସନ ଆପାର୍ଟମେଂଟ ଲୁଟ ।

Advertisment

ଏମାନେ ଆଖି ପିଛୁଳାକେ ଏମାନେ ଆପାର୍ଟମେଂଟରୁ କଳାକନା ବୁଲାଇବାରେ ମାହିର । କେବଳ ଭୁବନେଶ୍ୱର ନୁହେଁ ଏହି ଅଭିଯୁକ୍ତ ମାନେ ଓଡିଶା ସମେତ ଗୁଜୁରାଟ, ୟୁପି, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ ଆଦି ରାଜ୍ୟରେ ଆପାର୍ଟମେଂଟ ଲୁଟି ଫେରାର ରହିଛନ୍ତି । ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଂଚଳରେ ୨ଟି ଲୁଟ ପରେ , ଏମାନଙ୍କୁ ଧରିବା ପାଇଁ ତିଆରି ହୋଇଥିଲା ସ୍ୱତନ୍ତ୍ର ଟିମ । ୬ ରାଜ୍ୟର ପୁଲିସ ପାଇଁ ମୋଷ୍ଟୱାଂଟେଡ ଥିବା ଏହି ଗ୍ୟାଙ୍ଗର ୨ ଅଭିଯୁକ୍ତ ଗୁଜୁରାଟର ଦିନେଶ କୁମାର ସାହା ଓ ହରିୟାଣାର ପବନ କୁମାରକୁ ବାନ୍ଧିଛି କମିଶନରେଟ ପୁଲିସ ।

ଏହି ଲୁଟେରା ଗ୍ୟାଙ୍ଗର ୪ ରୁ ୫ ଜଣ ସଦସ୍ୟ, ନୂଆ ନମ୍ବର ବିିହୀନ କାର ନେଇ ସିଧା ସଳଖ କେମିତି ଅପରେସନ କରନ୍ତି ଏ ହେଉଛି ତାର ସିସିଟିଭି ଫୁଟେଜ । ସିକ୍ୟୁରିଟି ଗାର୍ଡ ଡ୍ୟୁଟି କରୁଥିବା ସମୟରେ , ଦିନ ଦ୍ୱିପ୍ରହରରେ ଏମାନେ ଆପାର୍ଟମେଂଟ ଭିତରକୁ ପ୍ରବେଶ କରନ୍ତି । ଜଣେ ଭଦ୍ର ଲୋକଙ୍କ ଭଳି ଘର ମାଲିକଙ୍କ ସହ କଥା ବାର୍ତା କରିବ, ଜଣେ ଡ୍ରାଇଭର ହୋଇ ଗାଡିରେ ରହି ସମସ୍ତଙ୍କ ଗତିବିଧି ଉପରେ ନଜର ରଖିବ । ଆଉ ତିନି ଜଣ ଘର ଭିତରେ ପଶି କଳାକନା ବୁଲାଇ ଫେରାର ହୋଇଯିବେ ।

ଏହିଭଳି ମୋଟ ୧୦ ଟି ଗ୍ୟାଙ୍ଗ ସାରା ଭାରତରେ ରଜ୍ୟାରୁ ରାଜ୍ୟକୁ ବୁଲି ବୁଲି ଲୁଟପାଟ କରନ୍ତି । ଏମାନଙ୍କର ମୁଖିଆ ଫୌଜି ଓରଫ ସତପାଲ ସିଂ ଓମପାଲ ଚୌହାନ ଏବେ ଗୁଜୁରାଟର ସାବରମତୀ ଜେଲରେ । ଫୌଜି ଜଣେ ଆର୍ମି ପର୍ସନାଲ , ନିଜ ପତ୍ନୀକୁ ହତ୍ୟା କରିବା ପରେ , ତାକୁ ଆର୍ମିରୁ ବାହାର କରାଯାଇଥିଲା । ସେବେ ପରଠାରୁ ସେ ଏହି ଗ୍ୟାଙ୍ଗ ତିଆରି କରିଛି ।