ଯାଆଁଳା କଙ୍କାଳ ମିଳିବା ଘଟଣାରେ କମିଶନରେଟ ପୋଲିସ ଜାରି କଲା ସ୍କେଚ । ଚିତ୍ର ମାଧ୍ୟମରେ ଖୋଜାଯିବ ମହିଳାଙ୍କ ପରିଚୟ ।

99

କନକ ବ୍ୟୁରୋ: ଯାଆଁଳା ଫାଣ୍ଡି ପରିସରରୁ ମିଳିଥିବା କଙ୍କାଳର ସ୍କେଚ ଜାରି କରିଛି କମିଶନରେଟ୍ ପୋଲିସ । ବେଙ୍ଗାଲୁରୁର ବିଶେଷଜ୍ଞମାନେ ଏହି ସ୍କେଚ ପ୍ରସ୍ତୁତ କରିଛନ୍ତି । ଏହି ସ୍କେଚ ମାଧ୍ୟମରେ ମହିଳାଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରିବ ପୋଲିସ । ଏହା କମିଶନରେଟ୍ ପୋଲିସର ପ୍ରଥମ ସ୍କେଚ୍, ତେବେ ଆଗକୁ ଆହୁରି ସ୍କେଚ୍ ଆସିବାର ରହିଛି ବୋଲି ସୂଚନା ମିଳିଛି ।

ଜାଆଁଳା ଫାଣ୍ଡି ସାମ୍ନାରେ ଥିବା ଗାଡ଼ି ମଧ୍ୟରେ ରହିଥିଲା ୨୦୧୯ ମସିହାରେ ଜବତ ହୋଇଥିବା ଏକ ଏକ୍ସୟୁଭି ଗାଡ଼ି । ଆଉ ଜବତ ଗାଡ଼ିକୁ ମୁକୁଳାଇବା ପାଇଁ ଯେତେବେଳେ ଗାଡ଼ି ମାଲିକ ଆସିଥିଲେ, ଗାଡ଼ି ଭିତରୁ ମିଳିଥିଲା କଙ୍କାଳ । ଫେବୃୟାରୀ ମାସରୁ କଙ୍କାଳ ମିଳିଥିଲେ ସୁଦ୍ଧା, ଘଟଣା ସେତେବେଳେ ସାମ୍ନାକୁ ଆସଥିଲା, ଯେତେବେଳେ ଫାଣ୍ଡି ଅଧିକାରୀ ନିଲମ୍ବିତ ହୋଇଥିଲେ । ଏତିକି ଜଣାପଡିଥିଲା, କଙ୍କାଳ ଜଣେ ମହିଳାଙ୍କର ଏବଂ ତାଙ୍କ ବୟସ ପ୍ରାୟ ୪୫ ବର୍ଷ ।

ଅନ୍ୟପଟେ ଏମ୍ସକୁ ଯାଇଥିବା କଙ୍କାଳର ଖପୁରୀର ବିଭିନ୍ନ ଦିଗର ମାପଚୁପ କରାଯାଇଛି । ଏହାର ଫଟୋକୁ ନେଇ ବେଙ୍ଗାଲୁରର ଏକ୍ସପର୍ଟ ମାନେ ଏହି ସ୍କେଚ ଜାରି କରିଛନ୍ତି । ଯେହେତୁ କଙ୍କାଳରେ କୌଣସି ମାଂସ ନ ଥିଲା, ତେଣୁ ଶରୀରର ରଙ୍ଗ କିପରି ହୋଇଥିବା ତାହା ଅନୁମାନ କରିବା ମୁସକିଲ ହୋଇପଡିଛି । ତେଣୁ ଭିନ୍ନ ଭିନ୍ନ ପ୍ରକାରର କରାଯାଇ ଆହୁରି ୪ରୁ ୫ଟି ସ୍କେଚ୍ ଜାରି ହେବ ବୋଲି ସୂଚନା ମିଳିଛି ।