କନକ ବ୍ୟୁରୋ: ବିଜେପି ନେତାଙ୍କୁ କମିସନରେଟ ପୁଲିସର ସମନ । ୩ ବିଜେପି ନେତାଙ୍କୁ କମିସନରେଟ ପୁଲିସ ପକ୍ଷରୁ ସମନ କରାଯାଇଛି । ନକଲି ଗୁଇନ୍ଦା ରିପୋର୍ଟକୁ ନେଇ ପ୍ରେସମିଟ କରିଥିବାରୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୀର ମହାନ୍ତି,ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀଙ୍କୁ ନୋଟିସ କରାଯାଇଛି । ଆସନ୍ତାକାଲି ଖାରବେଳନଗର ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଗୁଇନ୍ଦା ରିପୋର୍ଟକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ ପରେ ଗତକାଲି ବିଜେପିକୁ ଘେରିଲା ବିଜେଡି । କର୍ଣ୍ଣାଟକରୁ ଚିଠି ଆଣି ବିଜେପି ଗୁଇନ୍ଦା ରିପୋର୍ଟ କହୁଥିବା ଶାସକ ଦଳ ଅଭିଯୋଗ କରିଛି । ଭାଇରାଲ୍ ହୋଇଥିବା ଚିଠିରେ କୁହାଯାଇଛି ହିଞ୍ଜିଳି ଆସନଟି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ ।
ଏଠି କାଳିଆ ଟଙ୍କା ନେଇ ଲୋକଙ୍କ ଭିତରେ ଅସନ୍ତୋଷ ରହିଛି । ଭିିତିଭୂମିର ବିକାଶ ହୋଇପାରି ନାହିଁ । ସେଥିପାଇଁ ନବୀନ ଏଥର ହିଞ୍ଜିଳି ସହ ବିଜେପୁର ଆସନକୁ ବାଛିଛନ୍ତି । ତେବେ ବିଜେପି ନକଲି ଚିଠି ଦେଖାଇ ରାଜନୀତି କରୁଥିବା ବିଜେଡି ଅଭିଯୋଗ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/c30b2fee-a33b-46cc-8705-7f2426d33307.jpg)
/kanak/media/post_attachments/wp-content/uploads/2019/03/c30b2fee-a33b-46cc-8705-7f2426d33307-259x300.jpg)
/kanak/media/post_attachments/wp-content/uploads/2019/03/vlcsnap-2019-03-20-09h21m59s036-300x220.png)