କନକ ବ୍ୟୁରୋ : ରାଜଧାନୀରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା । କମିଶନରେଟ୍ ପୁଲିସ୍‌  ଏ ନେଇ ନିର୍ଦ୍ଦେଶାବଳୀ ଜାରି କରିଛି । ଦୀପାବଳି ରାତିରେ ମାତ୍ର ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ମିଳିଛି । ଲୋକେ ରାତି ୮ଟାରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ କୁହାଯାଇଛି । ଏହା ପରେ କିମ୍ବା ପୂର୍ବରୁ ବାଣ ଫୁଟାଉଥିବା ନଜରକୁ ଆସିଲେ, ସଂପୃକ୍ତ ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରାଯିବ।

Advertisment

- ବାଣ ଦୋକନ ପାଇଁ ରାଜଧାନୀରେ ଚିହ୍ନଟ ୩୦ଟି ଖୋଲା ସ୍ଥାନ
- ଭୁବନେଶ୍ୱର ଓ ଏହାର ଉପକଣ୍ଠ ୧୦ଟି ଥାନା ଅଧିନରେ ୩୦ ଖୋଲା ସ୍ଥାନ ଚିହ୍ନଟ
- ଖୋଲାସ୍ଥାନ ବା କ୍ଲଷ୍ଟରରେ ଖୋଲିବ ୧୫୦୦ ବାଣ ଦୋକାନ
- ପ୍ରତି କ୍ଲଷ୍ଟରରେ ରହିବ ୫୦ଟି ଦୋକାନ
- ପ୍ରତି ଦୋକାନ ମଧ୍ୟରେ ରହିବ ୩ ମିଟର ଦୂରତା
- ପ୍ରତି ଦୋକାନର ସୀମାରେଖା ୧୦ରୁ ୧୨ ବର୍ଗମିଟର ରହିବ
- ସାମ୍ନାସାମ୍ନି ବା ମୁହାଁମୁହିଁ ଖୋଲିବ ନାହିଁ ଦୋକାନ
- ୩୦ଟି ସ୍ଥାନ ବ୍ୟତିତ ଅନ୍ୟ କେଉଁ ସ୍ଥାନରେ ବାଣ ବିକ୍ରି ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
- ବେଆଇନ ବାଣ ଦୋକାନ ନଜରକୁ ଆସିଲେ ସୂଚନା ଦେବାକୁ ଜାରି ହୋଇଛି ହ୍ୱାଟସଆପ୍ ନମ୍ବର
- ସବୁଜ ବାଣ ବିକ୍ରି ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଛି
- ଅନଲାଇନ୍ ବାଣ ବିକ୍ରିକୁ ସମ୍ପୁର୍ଣ୍ଣ ନିଷେଧ କରାଯାଇଛି
- ପ୍ରଦୂଷଣଯୁକ୍ତ ଚାଇନା ବା ବିଦେଶୀ ବାଣ ବିକ୍ରିକୁ ବାରଣ କରାଯାଇଛି
- ଶିକ୍ଷାନୁଷ୍ଠାନ, କୋର୍ଟ, ହସ୍ପିଟାଲ ଓ ନିଷିଦ୍ଧାଂଚଳର ୧୦୦ ମିଟର ପରିଧିରେ ବାଣ ଫୁଟାଇବାରେ କଟକଣା
- ଲାଇସେନ୍ସପ୍ରାପ୍ତ ବାଣ ଦୋକାନରୁ ବାଣ କିଣିବାକୁ ଲୋକଙ୍କୁ ପରାମର୍ଶ