କନକ ବ୍ୟୁରୋ: ରାତି ୧୦ଟା ପରେ ଟୁଇନ୍ ସିଟିରେ ଫୁଟିବ ନାହିଁ ବାଣ । ଏନେଇ ଆଜି କମିସନରେଟ୍ ପୋଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି କରି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ରାତି ୧୦ଟା ପରେ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି । କେବଳ ୧୨୫ ଡେସିବେଲଠାରୁ କମ୍ ଶବ୍ଦର ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ହେଲେ ବାଣ କେବଳ ରାତି ୧୦ଟା ଭିତରେ ହିଁ ଫୁଟାଯାଇପାରିବ । ତେବେ ଯେଉଁମାନେ ବେଆଇନ୍ ଭାବେ ବାଣ ଫୁଟାଇବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ କମିସନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ସୂଚନା ଦିଆଯାଇଛି ।
#ରାତି_୧୦ଟା_ପରେ_ଫୁଟିବ_ନାହିଁ_ବାଣ
ଦୀପାବଳି ପାଇଁ ମାର୍ଗଦର୍ଶିକା ଜାରି କଲା କମିସନରେଟ୍ ପୋଲିସ
ରାତି ୧୦ଟା ପରେ ଫୁଟିବ ନାହିଁ ବାଣ
ସମସ୍ତେ ସବୁଜ ବାଣ ଫୁଟାଇବାକୁ ଅପିଲ୍
୧୨୫ ଡେସିବେଲ୍ ଠାରୁ ଅଧିକ ଶବ୍ଦର ବାଣ ଫୁଟାଇବା ଉପରେ କଟକଣା
ବେଆଇନ୍ ବାଣ ଫୁଟାଇବା ରୋକିବାକୁ ସ୍ୱତନ୍ତ୍ର ଟିମ୍ ଗଠନ#Diwali#Odisha#KanakNewspic.twitter.com/bQVkYblioK— Kanak News (@kanak_news) November 10, 2023