କଟକ ଉପରେ କମିସନରେଟ ପୁଲିସର କଡା ନଜର : ୨୦୧୭ ଏପ୍ରିଲ ୨୦୧୮ ଭିତରେ ୧୪ ଏନକାଉଂଟର

27

କଟକ ବ୍ୟୁରୋ : ୫୨ ବଜାର ୫୩ ଗଳି ଉପରେ କଡା ନଜର ରଖିଛି କମିସନରେଟ ପୁଲିସ । ବାରମ୍ବାର ଏନକାଉଂଟର କରି ଏହା ସ୍ପଷ୍ଟ କରିଛି ପୁଲିସ । ଗତକାଲି ଚାଉଳିଆଗଂଜ ଥାନା ଭଜିମୁଳ ଅଂଚଳ ଏନକାଉଂଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ କାଲାବାବୁ ଓରଫ ବାବୁ ଖାନ ଏବଂ ଅଲେଖ ରାଉତରାୟ ଓରଫ ଡେଙ୍ଗା ଆହତ ହୋଇଛନ୍ତି । ଏମାନଙ୍କ ପାଖରୁ ଗୋଟିଏ ୯ ଏମଏମ ପିସ୍ତଲ ସହ ୨ ରାଉଣ୍ଡ ଗୁଳି ଜବତ କରିଛି ପୁଲିସ । ଜଗତପୁର ତାହିର ଅଲ୍ଲି ଗୁଳିକାଣ୍ଡ ଘଟଣାରେ ଆଜି ଟିଟୋ ଗ୍ରୁପର ୮ ଜଣଙ୍କୁ ଗିରଫ କରିଛି କମିସନରେଟ ପୁଲିସ ।

କଟକ ଉପରେ କମିସନରେଟ ପୁଲିସ କଡା ନଜର । ୫୨ ବଜାର ୫୩ ଗଳିରେ ଅପାରାଧୀଙ୍କୁ ମାତ ଦେବାକୁ ଜାଲ ବିଛାଇଛି ପୁଲିସ । ୨୦୧୭ ଏପ୍ରିଲରୁ ୨୦୧୮ ଏପ୍ରିଲ ଭିତରେ ୧୪ଟି ଏନକାଉଂଟର କରି ଆଭିମୁଖ୍ୟ ସ୍ପଷ୍ଟ କରିଛି କଟକ ପୁଲିସ । ଗୁରୁବାର ଚାଉଳିଆଗଂଜ ଏନକାଉଂଟରରେ ଘାଇଲା ହୋଇଛନ୍ତି ଦୁଇ ଦୁର୍ଦାନ୍ତ ଅପରାଧୀ ଶେଖ କାଲାବାବୁ ଓରଫ ବାବୁ ଖାନ ଏବଂ ଅଲେଖ ରାଉତରାୟ ଓରଫ ଡେଙ୍ଗା । କାଲାବାବୁ ନାଁରେ ୧୦ରୁ ଅଧିକ ଅପରାଧୀକ ମାମଲା ଥିବା ବେଳେ ଅଲେଖ ବିରୋଧରେ ବି ବହୁ ସଂଗୀନ ମାମଲା ରହିଛି ।

୧. ଏପ୍ରିଲ ୨୦୧୭ରୁ ୨୦୧୮ ଭିତରେ ୧୪ ଏନକାଉଂଟର

୨. ୨୦୧୮ ଜାନୁଆରୀ ୪ ବାଲିକୁଦା ବଢେଇ ସାହି ଏନକାଉଂଟରର ଶିକାର ହୋଇଥିଲା ହାର୍ଡକୋର କ୍ରିମିନାଲ ବୁଦ୍ଧିଆ

୩. ସେହି ମାସ ଜାନୁଆରୀ ୧୪ ଦୌଦ୍ୱାର ବୋଧି ପଡିଆ ଏନକାଉଂଟରରେ ଘାଇଲା ହୋଇଥିଲା ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ

୪. ସୁନୀଲ ନାଁରେ ବୋମାମାଡ, ହତ୍ୟା ଭଳି ସଂଗୀନ ଅଭିଯୋଗ ରହିଛି

୫. ଫେବୃଆରୀ ୨୮ ତାରିଖରେ ଜଗତପୁରରେ ପୁଲିସ ଗୁଳିରେ ଘାଇଲା ହୋଇଥିଲା ଗୁରିଆ

୬. ଏପ୍ରିଲ ୫, ଚାଉଳିଆଗଂଜ ଏନକାଉଂଟରରେ ଗୁରୁତର ହୋଇଛନ୍ତି ୨ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ଖାନ ଏବଂ ଡେଙ୍ଗା

ଏନକାଉଂଟର ଭଳି ଅପରାଧୀଙ୍କ ଆଡ୍ଡାରେ ଚଢାଉ କରି ଅପରାଧୀଙ୍କୁ ଗିରଫ କରିବାରେ ଅନେକ ଥର ସଫଳ ହୋଇଛି କଟକ ପୁଲିସ । ଟେଂଡର ଫିକ୍ସିଂ ନେଇ ଜଗତପୁର ତାହିର ଅଲ୍ଲି ଗୁଳିକାଣ୍ଡ ଘଟଣାରେ ଟିଟୋ ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରିଛି ପୁଲି୍ସ । ସିଲଭରସିଟିରେ ଡି ବ୍ରଦର୍ସ ଗିରଫ ପରେ ଟିଟୋ ଗ୍ୟାଙ୍ଗ ସକ୍ରିୟ ହେବା ପାଇଁ ଚେଷ୍ଟା କରୁଥିବା କଟକ ଡିସିପି କହିଛନ୍ତି ।

କଟକ ସହରରେ ଚାଲିଛି ପୁଲିସ ଅପରାଧୀ ଛକାପଞ୍ଝା ଖେଳ । ଏହାରି ଭିତରେ ପୁଲିସର ମିଶନ ଏନକାଉଂଟର ଅପରାଧୀଙ୍କ ମେଡିକାଲ ବେଡକୁ ପଠାଇବା ସହ ଜେଲ ଯିବାକୁ ବାଧ୍ୟ କରିଛି ।