କନକ ବ୍ୟୁରୋ: ନାଇଟ୍ କର୍ଫ୍ୟୁ ସମୟରେ ନିୟମ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଅମାନିଆଙ୍କୁ ସାବାଡ କରିବାକୁ ଟୁଇନ ସିଟିରେ ପଇଁତରା ମାରିବ ପୋଲିସ । ଆଜି ନାଇଟ୍ କର୍ଫ୍ୟୁ ସମ୍ବନ୍ଧରେ ପ୍ରେସମିଟ୍ କରି ଏଭଳି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କୋଭିଡ୍ ସଂକ୍ରମଣକୁ ଦେଖି ଆଜିଠୁ ସାରା ରାଜ୍ୟରେ ଲାଗୁ ହେବାକୁ ଯାଉଛି ନାଇଟ୍ କର୍ଫ୍ୟୁ । ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ଆଜି ରାତି ୯ଟାରୁ କର୍ଫ୍ୟୁ ଲାଗିବ । ତେବେ ନାଇଟ୍ କର୍ଫ୍ୟୁକୁ ସମସ୍ତ ଜନସାଧାରଣ ପାଳନ କରନ୍ତୁ ବୋଲି ପୋଲିସ କମିଶନର ଅନୁରୋଧ କରିଛନ୍ତି ।
ନାଇଟ୍ କର୍ଫ୍ୟୁକୁ ମାନିବା ସମସ୍ତଙ୍କ କର୍ତ୍ତବ୍ୟ
ଟୁଇନସିଟିବାସୀ ନିୟମ ମାନିବାକୁ ଅନୁରୋଧ
ରାତିରେ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ
୬୦ରୁ ଅଧିକ ବରିଷ୍ଠ ଅଧିକାରୀ ରହିବେ
୨୫ଟି ଚେକିଂ ପଏଣ୍ଟ ରହିଛି, ଅମାନିଆଙ୍କୁ ଦଣ୍ଡ ଦିଆଯିବ- ସିପି#NightCurfew@cpbbsrctcpic.twitter.com/KArJQUnN9N— Kanak News (@kanak_news) April 17, 2021
ନାଇଟ୍ କର୍ଫ୍ୟୁ ପାଇଁ କମିଶନରେଟ୍ ପୋଲିସର ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୂତୟନ ହେବେ । ତା ସହିତ ୬୦ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ନାଇଟ୍ କର୍ଫ୍ୟୁ କଟକଣାକୁ ତଦାରଖ କରିବେ । ଯଦି କୌଣସି ବ୍ୟକ୍ତି ନିୟମ ଭାଙ୍ଗିଲେ ତେବେ ତାଙ୍କ ବିରୋଧରେ ପୋଲିସ କଡା ପଦକ୍ଷେପ ଗ୍ରହଣ କରିବ ବୋଲି ପୋଲିସ ସିପି କହିଛନ୍ତି । ଅନ୍ୟପଟେ ସରକାରଙ୍କ ନିୟମ ମୁତାବକ, ନିର୍ଦ୍ଧିଷ୍ଟ ବ୍ୟକ୍ତିବିଶେଷମାନେ ସେମାନଙ୍କର ପରିଚୟ ଦେଖାଇ ଯା’ଆସ କରିପାରିବେ । କର୍ଫ୍ୟୁ ପାଇଁ କୌଣସି ନିଦ୍ଧିଷ୍ଟ ପାସ୍ ଦେଖାଇବାକୁ ପଡିବନି । କର୍ଫ୍ୟୁ ସମୟରେ କମିଶନରେଟ୍ ପୋଲିସର ୩୫ଟି ପାଟ୍ରୋଲିଂ ଗାଡି, ୧୫ ସୁପରଭାଇଜିଂ ଟିମ୍ ରାତି ତମାମ ଚକ୍କର କାଟିବ ବୋଲି ପୋଲିସ କମିଶନର କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/11-13.jpg)