ରାଜଧାନୀରେ ସାଇରନ ବଜାଇ ଲୋକଙ୍କୁ ସଚେତନ କଲା କମିଶନରେଟ ପୋଲିସ । କୋଭିଡ୍ ନିୟମ ନମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ ।

334

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ କମର କଷିଲା ପୋଲିସ । ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବୈଠକ ପରେ ସାଧାରଣ ଲୋକଙ୍କୁ ସଚେତନ କରିବାକୁ ବାହାରିଲା ପୋଲିସ । ଭୁବନେଶ୍ୱରରେ ପିସିଆର ଧରି ସାଇରନ ମାରି ଲୋକଙ୍କୁ ବୁଝାଇଛି କମିଶନରେଟ ପୋଲିସ । ତେବେ ରାଜଧାନୀର ପ୍ରମୁଖ ଛକ ଗୁଡିକରେ ବିଭିନ୍ନ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଖୋଦ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ଲୋକଙ୍କୁ ସଂକ୍ରମଣ ନେଇ ସଚେତନ କରିଛନ୍ତି ।

 

ତେବେ କରୋନା ସଂକ୍ରମଣ ରୋକିବାକୁ ପୋଲିସ ଲୋକଙ୍କୁ କୋଭିଡ ନିୟମ ଅନୁପାଳନ ପାଇଁ ବୁଝାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା ଭଳି ସବୁ ନିୟକୁ ପାଳନ କରିବାକୁ ଲୋକଙ୍କୁ ବୁଝାଇଛି ପୋଲିସ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ପୋଲିସ ଭିଡ ଓ ଗହଳି ସ୍ଥାନ ଉପରେ ଅଧିକ ନଜର ରଖିବ । ଲୋକଙ୍କୁ ଅଯଥାରେ ଗହଳି ନକରିବାକୁ ପୋଲିସ କହିଥିବା ବେଳେ ପ୍ରଥମେ ଲୋକଙ୍କୁ କରୋନା ନିୟମ ନେଇ ସଚେତନ କରାଯିବ । ଆଉ ପରେ ଲୋକେ ନିୟମ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନରେଟ କହିଛନ୍ତି ।