ମହିଳା ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ, ୯ ଜଣଙ୍କୁ ଗିରଫ କଲା କମିଶନରେଟ ପୁଲିସ 

1,161

କନକ ବ୍ୟୁରୋ: ମଲରୁ ମଲ ବୁଲି ବୁଲି ଲୁଟ୍ କରୁଥିଲେ ମହିଳା ଲୁଟେରା । ପଶ୍ଚିମବଙ୍ଗର ଏହି ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ଏହି ମହିଳା ଲୁଟେରାମାନେ ପିନ୍ଧିଥିବା ପୋଷାକ ଭିତରେ ଜିନିଷ ଚୋରି କରି ନେଉ ଫେରାର ହୋଇଯାଉଥିଲେ । ଏନେଇ ସେମାନେ ବିଭିନ୍ନ କୌଶଳ ଆପଣାଉଥିଲେ । ଆଖି ଆଗରେ ଯାହା ପଡୁଥିଲା ସବୁ କିଛି ଗାୟବ କରିନେଉଥିଲେ । ଭୁବନେଶ୍ୱର ନୟାପଲ୍ଲୀର ବିଭିନ୍ନ ମଲରୁ କିଛି ଦିନ ହେଲା ଏମାନେ ଲୁଟପାଟ ଚଳାଇଥିଲେ । ଦୁଇ ଦିନ ହେଲା ନୟାପଲ୍ଲୀରେ ଥିବା ବିଭିନ୍ନ ଶୋ’ରୁମରୁ କସମେଟିକରୁ ନେଇ ଡ୍ରେସ୍ ପର୍ଯ୍ୟନ୍ତ ଯାହା ମିଳୁଥିଲା ସବୁ କିଛି ଲୁଟ କରିନେଉଥିଲେ । ପଶ୍ଚିମବଙ୍ଗରୁ ଆସିଥିବା ଏହି ଗ୍ୟାଙ୍ଗ ଭୁବନେଶ୍ୱରର ବିଭିନ୍ନ ଲଜ ଗୁଡିକରେ ଭଡା ନେଇ ରହୁଥିଲେ । ଆଉ ପରେ ରେକି କରି ଲୁଟପାଟ ଚଳାଉଥିଲେ ।

ଘଟଣା ଜଣାପଡିବା ପରେ ୯ଜଣ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ସେପଟେ ଅଭିଯୁକ୍ତଙ୍କ କ୍ରାଇମ ରେକର୍ଡ ନେଇ ଖୋଳତାଡ କରିବା ସହ କୋଲକାତା ପୁଲିସ ସହ କମିଶନରେଟ ପୁଲିସ ଯୋଗାଯୋଗ କରୁଥିବା ଜଣାପଡିଛି ।