ଟୁଇନ ସିଟିରେ ଆସନ୍ତାକାଲି ମା’ଙ୍କ ଭସାଣି ଉତ୍ସବ ! କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

Advertisment
ଟୁଇନ ସିଟିରେ ଆସନ୍ତାକାଲି ମା’ଙ୍କ ଭସାଣି ଉତ୍ସବ ! କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

Image Courtesy : http://blog.grabon.in

କନକ ବ୍ୟୁରୋ : ଆସନ୍ତକାଲି ମା' ଦୁର୍ଗାଙ୍କର ଭସାଣୀ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଏହାକୁ ଶୃଙ୍ଖଳିତ କରିବାପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ଭସାଣୀ କାର୍ଯ୍ୟକ୍ରମକୁ ଭଲରେ ସମାପନ କରିବାପାଇଁ ୨୦ଜଣ ସବଇନ୍ସେପକ୍ଟରଙ୍କ ସମେତ ଏଏସଆଇଙ୍କୁ ଦାୟିତ୍ୱ ଦିଅଯାଇଛି । ସେହିପରି ୮ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯିବ । ଭୁବନେଶ୍ୱରର ୩ଟି ଜାଗାରେ ଭସାଣୀ ପାଇଁ ବ୍ୟବସ୍ଥା କରାଯାଇଛି ।

ନୟାପଲ୍ଲୀ, ସହୀଦନଗର, ଚନ୍ଦ୍ରଶେଖରପୁରରେ ଭସାଣୀ ବ୍ୟବସ୍ଥା କରାଯାଇଛି । ସେହିପରି କଟକରେ ମଧ୍ୟ ଭସାଣୀକୁ ସୁରୁଖୁରୁରେ ସାରିବାପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କଟକ ସହରରେ ୮ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବା ସହ ୪୫୦ ଜଣ ପୋଲିସ ଅଫିସର ମୃତୟନ ହେବେ । ସେହିପରି ଓଡ୍ରାଫ ଟିମ୍, ଏସଓଜି ଓ କ୍ୟୁଏଟି ଟିମ୍ ଭସାଣୀ କାର୍ଯ୍ୟକ୍ରମକୁ ତଦାରଖ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe