ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣା: ପଣ୍ଡା ଇନଫ୍ରା ମାଲିକ ପ୍ରତାପ ପଣ୍ଡା ଗିରଫ । ସେପଟେ, ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Advertisment
ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣା: ପଣ୍ଡା ଇନଫ୍ରା ମାଲିକ ପ୍ରତାପ ପଣ୍ଡା ଗିରଫ । ସେପଟେ,  ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ମୃତ୍ୟୁର ଓଭରବ୍ରିଜ୍ ଭୁଶୁଡି ପଡିବା ପରେ ନିର୍ମାଣକାରୀ କମ୍ପାନୀ ବିରୋଧରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ପଣ୍ଡା ଇନଫ୍ରା ମାଲିକ ପ୍ରତାପ ପଣ୍ଡାଙ୍କୁ ଗିରଫ କରିଛିି କମିଶନରେଟ୍ ପୋଲିସ୍ । ବମିଖାଲ ଓଭରବ୍ରିଜ୍ ଭୁଶୁଡିବା ନେଇ ପୋଲିସ ତାଙ୍କୁ କରୁଛି ପଚରାଉଚରା । ଗତକାଲି ରାତିରେ ପ୍ରତାପ ଆତ୍ମସମର୍ପଣ କରିଥିଲେ ।ପ୍ରତାପଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି କମିଶନର ୱାଇ ବି ଖୁରାନିଆ । ଗତକାଲି ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଁଚିଥିଲେ ପୁଲିସ୍ କମିଶନର ୱାଇ. ବି. ଖୁରାନିଆ ଓ ଡିସିପି ଅନୁପ ସାହୁ । ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ନିଜ ଆଡୁ ମାମଲା ରୁଜୁ କରିଥିଲା । ମୃତ୍ୟୁ ପାଇଁ ଦାୟୀ, ସରକାରୀ କାର୍ଯ୍ୟରେ ଖିଲାପ, ଠକେଇ, ଅବହେଳା ଭଳି ସଙ୍ଗୀନ ମାମଲା ରୁଜୁ କରାଯାଇଛି ବୋଲି କମିଶନର କହିଥିଲେ । ପୂର୍ବରୁ ମଧ୍ୟ ଓଭରବ୍ରିଜ୍ ଭୁଶୁଡିବା ଘଟଣାରେ ପ୍ରତାପ ପଣ୍ଡାଙ୍କୁ ଗିରଫ କରାଯାଇଥିଲା । ଜାମିନରେ ମୁକୁଳିବା ପରେ ପୁଣି ଘଟିଛି ଅଘଟଣ । ନିମ୍ନ ମାନର କାମ ଏବଂ ଶ୍ରମିକଙ୍କ ସୁରକ୍ଷାକୁ ଅଣଦେଖା କରାଯାଇଥିବା ନେଇ ଯେଉଁ ଅଭିଯୋଗ ଆସୁଛି ସେହି ଦିଗରେ ପୋଲିସ ତାଙ୍କୁ ପଚରାଉଚରା ଜାରି ରଖିଛି ।

publive-image

ବମିଖାଲ ବିଜ୍ ଭୁଶୁଡିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉଚ୍ଚସ୍ତରୀୟ କମିଟି ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ।

publive-image

ସୂଚନାଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ୧୦ତାରିଖରେ ନିର୍ମାଣାଧୀନ ବ୍ରିଜର ଏକ ସ୍ଲାବ୍ ଖସିପଡ଼ିବାରୁ ଝାରପଡ଼ାର ସତ୍ୟ ପଟ୍ଟନାୟକ ନାମକ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ସତ୍ୟଙ୍କ ଝିଅ ଶୀତଲଙ୍କ ସମେତ ୧୫ଜଣ ଶ୍ରମିକ ଆହତ ହୋଇଥିଲେ। ଏହି ଦୁର୍ଘଟଣା ପାଇଁ ପଣ୍ଡା ଇନଫ୍ରାଷ୍ଟ୍ରକଚର ମାଲିକ, ମ୍ୟାନେଜରଙ୍କ ସମେତ ପୂର୍ତ୍ତ ବିଭାଗର ଭୁବନେଶ୍ୱର ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା। ନିର୍ବାହୀ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe