କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ : ଭୁବନେଶ୍ୱରର ବିଭିନ୍ନ ବାର୍ ଓ ପବରେ ଚଢାଉ

182

କନକ ବ୍ୟୁରୋ : ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ବାର୍ ଓ ପବ୍ ଉପରେ କମିଶନରେଟ ପୋଲିସର ଚଢାଉ । ନିୟମ ଉଲ୍ଲଙ୍ଘନ କରି ବିଳମ୍ବିତ ରାତିଯାଏ ଚାଲୁଥିବା ବାର ଏବଂ ପବ୍ ଗୁଡିକ ଉପରେ ଚଢାଉ କରିଛି କମିଶନରେଟ ପୋଲିସର ଏନଫୋର୍ସମେଣ୍ଟ ଟିମ୍ । କଟକ ରୋଡ୍, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର, ପଟିଆ ଇନଫୋସିଟିର ଅଞ୍ଚଳର ବିଭିନ୍ନ ପବ୍ ଓ ନାଇଟ୍ କ୍ଲବ ଉପରେ ଚଢାଉ କରାଯାଇଛି ।

ରାତି ୧.୩୦ଯାଏ ଅନୁମତି ଥିଲେ ମଧ୍ୟ କେତେକ ପବ୍ ଓ ନାଇଟ୍ କ୍ଲବ ବେଆଇନ ଭାବେ ବିଳମ୍ବିତ ରାତି ଯାଏ ଖୋଲା ରହୁଥିବା ଦେଖିବାକୁ ମିଳିଛି । ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଏସବୁ ରୋକିବାକୁ କମିଶନରେଟ ପୋଲିସ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି । ଏନଫୋର୍ସମେଣ୍ଟ ଟିମ୍ ଦୈନିକ ବେଆଇନ ଭାବେ ବିଳମ୍ବିତ ରାତିଯାଏ ଚାଲୁଥିବା ବାର୍ ଓ ପବ୍ ଗୁଡିକ ଉପରେ ଚଢାଉ କରଥିବା ଦେଖିବାକୁ ମିଳିଛି ।