କନକ ବ୍ୟୁରୋ : ଦେଶରେ ସରୋଗେସି କିମ୍ବା ଭଡା ସୂତ୍ରରେ ଗର୍ଭଧାରଣ ବ୍ୟବସ୍ଥା ଦିନକୁ ଦିନ ବ୍ୟବସାୟରେ ପରିବର୍ତ୍ତନ ହେଉଥିିବାରୁ ସରକାର ସରୋଗେସିକୁ ନେଇ ନିୟମ ପ୍ରଣୟନ କଲେ । ହେଲେ ଭିତିରି କଥା ଅନୁଧ୍ୟାନ କରାଯାଇଛି କି? ଏବେ ମଧ୍ୟ କାମ ଯେମିତି ଚାଲିଥିଲା ଠକ୍ ସେମିତି ହିଁ ଚାଲିଛି । ନିୟମ କାନୁନ ସବୁ ପରଦା ଆଢୁଆଳରେ ମନ ଇଚ୍ଛା ଭଙ୍ଗା ଯାଉଛି । ଆନୁଷ୍ଠାନିକ ଭାବେ ସରକାରୀ ଭୟ ଦେଖାଇ ଏହି ବ୍ୟବସାୟକୁ ଖୁଲମ ଖୁଲା ହେବାରୁ ବନ୍ଦ କରାଯାଇଛି ହେଲେ ଆଜିକାଲିର ପିଢି ସୋସିଆଲ ମିଡିଆର ବ୍ୟବହାର କରି ଗ୍ରାହକ ଓ ଗରାଖ ଆର୍ାମରେ ଯୋଗାଡ କରୁଛନ୍ତି । ଏଠି କେବଳ ସନ୍ତାନ ସନ୍ତତି ନଥିବା ଦମ୍ପତି ସରୋଗେଟ ମଦର ଖୋଜୁ ନାହନ୍ତି , ଏପରିକି ଯଦି କିଏ ନିଜ ଇଚ୍ଛାରେ ସରୋଗେଟ ମଦର ହୋଇ ପଇସା ନେବାକୁ ଚାହୁୁଁଛି ସେ ମଧ୍ୟ ଯୋଗାଯୋଗ କରି ପାରୁଛି ।

ଅଙ୍ଗର ଚୋରା ଚାଲାଣ ଭଳି ଏହି ସରୋଗେସି ବ୍ୟବସ୍ଥାର ମଧ୍ୟ ର୍ୟାକେଟ ଚାଲିଛି ବୋଲି ଖୋଳତାଡରୁ ଜଣା ପଡିଛି । ଲୋକ ମାନଙ୍କର ଆବଶ୍ୟକତାର ଫାଇଦା ଉଠାଇ ବେଆଇନ ଘୋଷଣା ହେବା ପରେ ମଧ୍ୟ ଅତି ଗୁପ୍ତ ଭାବେ ଏହି ସବୁ ଚୋରା ବ୍ୟାପାର ଚାଲିଛି । ସରୋଗେସିରେ ପୁର୍ବ ଚୁକ୍ତି ଅନୁଯାୟୀ ମହିଳା ଗର୍ଭ ଧାରଣ କରିଥାନ୍ତି । ମହିଳାଙ୍କ ଭରଣ ପୋଷଣର ଖର୍ଚ୍ଚ ଶିଶୁ ଆଶାୟୀ ଦମ୍ପତ୍ତି ଉଠାଇଥାନ୍ତି । ଶେଷରେ ଶିଶୁ ଜନ୍ମ ପରେ ଗର୍ଭ ଧାରକଙ୍କୁ ଅର୍ଥ ପ୍ରତିବଦଚଳରେ ଶିିଶୁ ହସ୍ତାନ୍ତର କରିବାକୁ ପଡିଥାଏ ।

ଭଡାରେ ଗର୍ଭଧାରଣ କରିବା ଆଗ ଅଳ୍ପ ମାତ୍ରାରେ ଦେଖା ଯାଉଥିଲା । ବେରୋଜଗାରୀ ତଥା ଅର୍ଥାଭାବ କାରଣରୁ ଭାରତରେ ମହିଳା ମାନେ ସହଜରେ ଉପଲବ୍ଧ ହେବା ସହ ଅଲ୍ପ ପଇସାରେ ଗର୍ଭ ଧାରଣ ପାଇଁ ରାଜି ହୋଇ ଯାଉଥିଲେ । ଏଣୁକରି ଧିରେ ଧିରେ ବିଦେଶର ଦମ୍ପତ୍ତି ମାନେ ଏହି ସରୋଗେସି ପାଇଁ ଭାରତର ଝିଅ ମାନଙ୍କୁ ଅଧିକ ପସନ୍ଦ କରିବାକୁ ଲାଗିଲେ । ସ୍ୱଳ୍ପ ଶିକ୍ଷିତ ତଥା ପ୍ରକୃତ କାରଣରୁ ଅଜ୍ଞ ମହିଳା ମାନେ ଦଲାଲ ମାନଙ୍କ ପ୍ରରୋଚନାରେ ଆସି ଏଥି ପାଇଁ ରାଜି ହୋଇ ଯାଉଥିଲେ । କେବଳ ୯ ମାସର ଗର୍ଭ ଧାରଣ କଲା ପରେ ପୁରା ପଇସା ମିଳି ଯଇଥିବାରୁ ଏହା ଅପେକ୍ଷାକୃତ ସହଜ ଭାବି ନେଉଥିଲେ କିଛି ମହିଳା । ଦେଶରେ ଏମିତି ଅନେକ କ୍ଳିନିକ ଥିଲା ସେଠାରେ ଗରିବ ମହିଳା ମାନଙ୍କୁ ସରୋଗେସି ପାଇଁ ପ୍ରବର୍ତ୍ତାଉଥିଲେ ।

ସରୋଗେସିକୁ ନେଇ କାନୁନ ତିଆରି କରିବା ଖୁବ ଆବଶ୍ୟକ ହୋଇ ପଡିଲା କାରଣ ଏହି ମାମଲାରେ ଭାରତର ଅବସ୍ଥା ଦେଖି ଲୋକ ମାନେ ଭାରତକୁ ଶିଶୁ କାରଖାନା ନାମ ଦେବା ଆରମ୍ଭ କଲେ । ବାହାର ଦେଶ ତୁଳନାରେ ଭାରତରେ ଏହାର ପଇସା ମଧ୍ୟ ଖୁବ କମ ଥିଲା ଏଣୁ ମନ ଇ୍ଚ୍ଛା ଲୋକ ମାନେ ଅଣାୟତ୍ତ ଭାବେ ଏହି ବ୍ୟବସାୟ କରିବା ଆରମ୍ଭ କଲେ । ଭାରତ ଯେମିତି ଶିଶୁ ପ୍ରଜନନର କ୍ଷେତ୍ର ପାଲଟି ଯାଇଥିଲା ।

ଏହି ବ୍ୟବସ୍ଥା ଅବଶ୍ୟକ ସ୍ଥାନରେ ଅସହାୟ ମାନଙ୍କୁ ସାହାଯ୍ୟ କରିବା ପାଇଁ ରହିଛି ଏଣୁ ଏବେର ପିଢି ସଠିକ ନିଷ୍ପତ୍ତି ନେବା ଆବଶ୍ୟକ । ଏହାକୁ ବ୍ୟବସାୟ କିମ୍ବା ମୋଟା ଅଙ୍କର ଅର୍ଥ ନେବାର ସ୍ରୋତ ନ ଭାବି ବେଆଇନ ଭାବେ ହେଉଥିବା ସବୁ ର୍ୟାକେଟ ବିରୋଧରେ ସ୍ୱଉଠାଇବା ସହ ବିଭୀନ୍ନ ବର୍ଗରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ।