କମିଲା ଏଲପିଜି ସିଲିଣ୍ଡର ଦର । ଜାଣନ୍ତୁ କେଉଁଠି କେତେ ହେଲା ଦର ।

Advertisment
କମିଲା ଏଲପିଜି ସିଲିଣ୍ଡର ଦର । ଜାଣନ୍ତୁ କେଉଁଠି କେତେ ହେଲା ଦର ।

କନକ ବ୍ୟୁରୋ: ମହଙ୍ଗାରୁ କିଛିଟା ଆଶ୍ୱସ୍ତି ମିଳିଛି। ତୈଳ କମ୍ପାନୀଗୁଡିକ କମିର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟରେ ସଂଶୋଧନ କରିଛନ୍ତି । ଆଜିଠାରୁ ୧୯ କେଜି କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩୧ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀରେ ଏବେ ଏହି ସିଲିଣ୍ଡର ୧୬୭୬ ପରିବର୍ତ୍ତେ ୧୬୪୬ ଟଙ୍କାରେ ଉପଲବ୍ଧ ହେବ। କୋଲକାତାରେ ଏହି ସିଲିଣ୍ଡର ଏବେ ୧୭୫୬ ଟଙ୍କାରେ ମିଳୁଥିବା ବେଳେ ପୂର୍ବରୁ ଏହାର ମୂଲ୍ୟ ୧୭୮୭ ଟଙ୍କା ଥିଲା । ସେହିପରି ମୁମ୍ବାଇରେ ସିଲିଣ୍ଡର ୧୬୨୯ ଟଙ୍କାରୁ ୩୧ ଟଙ୍କା ହ୍ରାସ ପାଇ ୧୫୯୮ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ସିଲିଣ୍ଡର ଦର ୧୮୦୯.୫୦ ଟଙ୍କା ରହିଛି। ତେବେ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ଦିଲ୍ଲୀରେ ୮୦୩ ଟଙ୍କା ଏବଂ ମୁମ୍ବାଇରେ ୮୦୨.୫୦ ଟଙ୍କାରେ ଉପଲବ୍ଧ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe