କମିଲା କମର୍ସିଆଲ ଗ୍ୟାସ ଦର : ଗତ ମେ’ରେ ୧୭୨ ଟଙ୍କା ଶସ୍ତା ହୋଇଥିଲା

410

କନକ ବ୍ୟୁରୋ : ଦେଶରେ କମିଲା କମର୍ସିଆଲ ଗ୍ୟାସ ଦର । ଦିଲ୍ଲୀରେ ୮୩ ଟଙ୍କା ୫୦ ପଇସା ଶସ୍ତା ହେଲା ଗ୍ୟାସ । ଗତ ମେ’ରେ ୧୭୨ ଟଙ୍କା ଶସ୍ତା ହୋଇଥିଲା ।  ଦିଲ୍ଲୀରେ କମର୍ସିଆଲ ଗ୍ୟାସର ଦର ୮୩.୫ ଟଙ୍କା ହ୍ରାସ ପାଇଛି ଏବଂ ବର୍ତ୍ତମାନ ନୂତନ ମୂଲ୍ୟ ୧୭୭୩ ଟଙ୍କା ହୋଇଛି । ଗତ ମାସରେ  ଗ୍ୟାସ ମୂଲ୍ୟ ସିଲିଣ୍ଡର ପିଛା ୧୮୫୬.୫୦ ଟଙ୍କା ଥିଲା। ଏଥି ସହିତ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ରହିଛି । ମୁମ୍ବାଇରେ ୧୭୨୫ ଟଙ୍କାରେ ବିକ୍ରି ହେଉଛି ଏବଂ ଚେନ୍ନାଇରେ ଏଲପିଜି ମୂଲ୍ୟ ୧୯୭୩ ଟଙ୍କା । କୋଲକାତାରେ ଏହାର ମୂଲ୍ୟ ୧୯୬୦.୫୦ ରୁ ୧୮୭୫.୫୦ ଟଙ୍କାକୁ ହ୍ରାସ କରାଯାଇଛି । ମୁମ୍ବାଇରେ  ୮୩.୫୦ ଟଙ୍କା ୧୮୦୮.୫୦ ରୁ ୧୭୨୫ ଟଙ୍କା ଶସ୍ତା ହୋଇଛି । ଏଥି ସହିତ ଚେନ୍ନାଇରେ ଏଲପିଜି ଗ୍ୟାସ ୨୦୨୧.୫୦ ରୁ ୮୪.୫୦ ଟଙ୍କାକୁ ହ୍ରାସ ହୋଇ ୧୯୩୭ ଟଙ୍କାକୁ ପହଞ୍ଚିଛି ।

ତେବେ ଗତ କିଛି ମାସ ଧରି ଘରୋଇ ଏଲପିଜି ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ଥର ମାର୍ଚ୍ଚ ମାସରେ ଏଥିରେ ପରିବର୍ତ୍ତନ ଆସିଥିଲା  । ସେବେଠାରୁ ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଲେହରେ ୧୩୪୦, ଆଇଜୱାଲରେ ୧୨୬୦, ଭୋପାଳରେ ୧୧୦୮.୫, ଜୟପୁରରେ ୧୧୦୬.୫, ବେଙ୍ଗାଲୁରୁରେ ୧୧୦୫.୫ ଟଙ୍କା, ଦିଲ୍ଲୀରେ ୧୧୦୩ ଟଙ୍କା, ମୁମ୍ବାଇରେ ୧୧୦୨.୫ ଟଙ୍କା ଏବଂ ଶ୍ରୀନଗରରେ ୧୨୧୯ ଟଙ୍କା ରହିଛି ।