କନକ ବ୍ୟୁରୋ : ଖବର ପ୍ରସାରଣ ପରେ ଜାଗିଲା ପ୍ରଶାସନ । ରାଜନଗର ତାଳଚୁଆରେ ବ୍ୟକ୍ତିଗତ ପେଟ୍ରୋଲ ପମ୍ପରେ ଚାଲିଥିବା ବ୍ୟବସାୟିକ ଡିଜେଲ ବିକ୍ରି ନେଇ ଖବର ପ୍ରସାରଣ ପରେ , ଆଜି ସକାଳୁ ସକାଳୁ ପ୍ରଶାସନ ପେଟ୍ରୋଲ ପମ୍ପରେ ଚଢାଉ କରିଛି । ରାଜନଗର ତାଳଚୁଆର ଉପାସନା ସି ଫୁଡ୍ ମାଲିକଙ୍କ ନାଁରେ ଡିଜେଲ ପମ୍ପ ଖୋଲାଯାଇଥିଲା ।
ଏଠାରୁ ତାଙ୍କର ଟ୍ରଲର ଗୁଡିକ ପାଇଁ କେବଳ ଡିଜେଲ ବ୍ୟବହାର ପାଇଁ ଅନୁମତି ଥିବା ବେଳେ , ସେଠାରୁ ସାଧାରଣ ଜନତାଙ୍କୁ ତେଲ ବିକ୍ରି କରାଯାଉଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ. ରାଜନଗର ବ୍ଲକ ଯୋଗାଣ ଅଧିକାରୀ ଓ ରାଜନଗର ତହସିଲଦାର ମିଳିତ ଚଢାଉ କରିଛନ୍ତି । ପେଟ୍ରୋଲ ପମ୍ପର ସମସ୍ତ କାଗଜପତ୍ର ଯାଂଚ କରାଯିବା ସହିତ ଡିଜେଲ ପମ୍ପ ମାଲିକଙ୍କୁ ପଚରା ଉଚରା ଜାରି ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/vlcsnap-2020-11-18-13h50m09s152.png)