ଏଣିକି ଓଡିଆ ସ୍କୁଲରେ ପଢାଯିବ ବାଣିଜ୍ୟ ପାଠ: ଆସନ୍ତା ଶିକ୍ଷାବର୍ଷରୁ ଆଦର୍ଶ ବିଦ୍ୟାଳୟରେ ଖୋଲିବ କମର୍ସ ଷ୍ଟ୍ରିମ୍; ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

Advertisment
ଏଣିକି ଓଡିଆ ସ୍କୁଲରେ ପଢାଯିବ ବାଣିଜ୍ୟ ପାଠ: ଆସନ୍ତା ଶିକ୍ଷାବର୍ଷରୁ ଆଦର୍ଶ ବିଦ୍ୟାଳୟରେ ଖୋଲିବ କମର୍ସ ଷ୍ଟ୍ରିମ୍; ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

କନକ ବ୍ୟୁରୋ: ଆସନ୍ତା ଶିକ୍ଷାବର୍ଷରୁ ଓଡିଶାର ସବୁ ଆଦର୍ଶ ବିଦ୍ୟାଳୟରେ ଖୋଲିବ ବାଣିଜ୍ୟ ଷ୍ଟ୍ରୀମ । ଆଦର୍ଶ ବିଦ୍ୟାଳୟର ସଫଳତା ପରେ ଏହି ନିଷ୍ପତି ନିଆଯାଇଥିବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ମନ୍ତ୍ରୀ କହିଛନ୍ତି ଯେ, ଘରୋଇ ସ୍ତୁଲ ଗୁଡିକରେ ଆର୍ଥୀକ ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଇଡବ୍ଲୁଏସ କୋଟରେ ଆଡମିଶନ ଅନଲାଇନ ଜରିଆରେ କରାଯିବ । ଯାହା ଫଳରେ ସ୍ୱଚ୍ଛତା ରହିପାରିବ । କିଛି ସ୍ଥାନରୁ ଆଡମିଶନ ସଂପର୍କିତ ଅନିୟମିତତା ଆସିବା ପରେ ଏହି ନିଷ୍ପତି ହୋଇଛି । ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିବେ ।

ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ଓଡ଼ିଶା ଅଭିଭାବକ ମହାସଂଘ ବହୁ ଦିନରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଥିଲା। ବିଭିନ୍ନ ସମୟରେ ଧାରଣା, ଧର୍ମଘଟ, ଅନଶନ ସହ ଆମରଣ ଅନଶନ ଭଳି ଚରମ ପଦକ୍ଷେପ ନିଆଯାଇଥିଲା। ପରିଣାମସ୍ବରୂପ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଏହି ନିଷ୍ପତ୍ତି ଦ୍ବାରା ଅନେକ ଅବହେଳିତ ଶ୍ରେଣୀର ପିଲା ଉପକୃତ ହେବେ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe