ଆଇପିଏଲରୁ ସରିନାହିଁ ମାହିଙ୍କ କ୍ୟାରିୟର । ୨୦୨୧ରେ ପୁଣି ହଳଦିଆ ଜର୍ସିରେ ନଜର ଆସିବେ ଧୋନୀ । ପଞ୍ଜାବ ବିପକ୍ଷ ମ୍ୟାଚରେ ଦେଲେ ଏଭଳି ସଙ୍କେତ

324

କନକ ବ୍ୟୁରୋ : ଆଇପିଏଲରୁ ସରିନାହିଁ ମାହିଙ୍କ କ୍ୟାରିୟର । ୨୦୨୧ ଆଇପିଏଲରେ ପୁଣି ହଳଦିଆ ଜର୍ସିରେ ନଜର ଆସିବେ ମହେନ୍ଦ୍ର ସିଂ ଧୋନୀ । ପଞ୍ଜାବ ବିପକ୍ଷ ମ୍ୟାଚରେ କିଛି ଏଭଳି ସଙ୍କେତ ଦେଇଛନ୍ତି ଧୋନୀ । ଟସ୍ ପଡିବା ବେଳେ କମେଣ୍ଟେଟର ଧୋନୀଙ୍କୁ ପଚାରିଥିଲେ, ୟେଲେ ଜର୍ସିରେ କଣ ଏହା ତମର ଶେଷ ମ୍ୟାଚ ? ଏହାର ଉତ୍ତରରେ ଧୋନୀ କହିଥିଲେ, ଜମାରୁ ବି ନୁହେଁ ।

ଅର୍ଥାତ ୨୦୨୧ରେ ଆଇପିଏଲରେ ଧୋନୀ ପୁଣି ଚେନ୍ନାଇ ସୁପର କିଙ୍ଗସ ପାଇଁ ଅଧିନାୟକତ୍ୱ କରିବେ । ଏହି ଖବର ବର୍ତ୍ତମାନ ଫ୍ୟାନ ମାନଙ୍କ ପାଇଁ ଭଲ ଖବର । ଚଳିତ ଆଇପିଏଲରେ ଖରାପ ପ୍ରଦର୍ଶନ ଯୋଗୁଁ ୨୦୨୧ରେ ଧୋନୀଙ୍କ ଖେଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ବର୍ତ୍ତମାନ ଧୋନୀ ଏହି ସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ।

ସେହିପରି ପୂର୍ବରୁ ମଧ୍ୟ ଚେନ୍ନାଇର ସିଇଓ ଧୋନୀଙ୍କ ଖେଳିବା ନେଇ ସ୍ପଷ୍ଟ କରିଥିଲେ । ସେ କହିଥିଲେ ଯେ, ଧୋନୀଙ୍କ ଉପରେ ପୂରା ବିଶ୍ୱାସ ଅଛି, ସେ ଆସନ୍ତା ବର୍ଷ ଚେନ୍ନାଇକୁ ଟପ୍ ରେ ନେଇ ପହଞ୍ଚାଇବେ । ତେବେ ବର୍ତ୍ତମାନ ୨୦୨୧ ଆଇପିଏଲରେ ଧୋନୀଙ୍କ ଖେଳିବା ନେଇ ପୂରା ସ୍ପଷ୍ଟ ହୋଇ ସାରିଛି ।

ଚେନ୍ନାଇ ଆଇପିଏଲ ଇତିହାସରେ ସଫଳ ଟିମ ଭାବେ ପରିଚୟ ସୃଷ୍ଟି କରିଛି । ୨୦୦୮ରୁ ୨୦୧୯ ଯାଏଁ ଚେନ୍ନାଇ ପ୍ଲେଅଫ ଖେଳି ସାରିଛି । ଏହା ମଧ୍ୟରେ ଦଳ ୩ଟି ଟାଇଟଲ ଓ ୮ ଥର ଫାଇନାଲ ମ୍ୟାଚ ଖେଳି ସାରିଛି । ହେଲେ ଚଳିତ ବର୍ଷ ଧୋନୀ ବାହିନୀ ବହୁତ ଖରାପ ପ୍ରଦର୍ଶନ କରିଛି । ଦଳ ପ୍ଲେଅଫରୁ ବାଦ ପଡିବା ସହ ପଏଣ୍ଟ ଟେବୁଲର ସବାଶେଷରେ ରହି ଆସିଛି ।