ପୁଲୱାମା ଆକ୍ରମଣର ୩ ଦିନ ପୂର୍ବରୁ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ଗୁରୁତର ଆହତ ହୋଇଥିବା ପାରା କମାଣ୍ଡୋ ସନ୍ଦିପ୍ କୁମାର ୮ ଦିନ ପରେ ଜୀବନ ସହ ସଂଗ୍ରାମ କରି ଶେଷରେ ସହିଦ୍ ହୋଇଯାଇଛନ୍ତି । ସନ୍ଦିପଙ୍କ ଚିକିତ୍ସା ଶ୍ରୀନଗରର ସେନା ହସପିଟାଲରେ ଚାଲିଥିଲା, କିନ୍ତୁ ଗତକାଲି ସେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । ଜୀବନର ଅନ୍ତିମ ସମୟରେ ସନ୍ଦିପଙ୍କ ସହ ତାଙ୍କ ପୁରା ପରିବାର ଥିଲେ । ପାରା କମାଣ୍ଡୋ ସନ୍ଦିପଙ୍କ ସହିଦ୍ ଖବର ଗାଁ ହରିୟାଣାରେ ପହଞ୍ଚିବାପରେ ସେଠାରେ ଦୁଃଖର ଲହରୀ ଖେଳିଯାଇଥିଲା ।
ସନ୍ଦିପ୍ କୁମାର ୨୦୦୫ ରେ ସେନାରେ ଭର୍ତ୍ତି ହୋଇଥିଲେ । ତାଙ୍କ ଚୟନ ପାରା ସ୍ପେଶାଲ୍ କମାଣ୍ଡୋ ଫୋର୍ସରେ କରାଯାଇଥିଲା । ସନ୍ଦିପ୍ ନିଜ ବାଟାଲିୟନ୍ ର ଏନକାଉଣ୍ଟର ସ୍ପେଶାଲିଷ୍ଟ୍ ଭାବେ ପରିଚିତ ଥିଲେ । ସନ୍ଦିପ୍ ନିଜ ବାପାମା’,ପତ୍ନୀ ଗୀତା,୬ ବର୍ଷର ଝିଅ ଲାବଣ୍ୟା ଏବଂ ୨ ବର୍ଷର ଦୁଇ ଯାଆଁଳା ପୁଅ ରଶିତ୍ ଏବଂ ରତିତ୍ କୁ ପଛରେ ଛାଡିଯାଇଛନ୍ତି । ସନ୍ଦିପ୍ ଙ୍କ ପାର୍ଥୀବ ଶରୀର ଆଜି ତାଙ୍କ ଗାଁକୁ ଅଣାଯିବ । ଯେଉଁଠାରେ ତାଙ୍କୁ ରାଜକୀୟ ସମ୍ନାନର ସହ ଅନ୍ତିମ ବିଦାୟ ଦିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/Capture-23.jpg)
/kanak/media/post_attachments/wp-content/uploads/2019/02/MM-1-300x203.jpg)
/kanak/media/post_attachments/wp-content/uploads/2019/02/shaheed-300x225.jpg)