କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଚୋରି ହେବା ଏକ ନିତିଦିନିଆ ଘଟଣା ପାଲଟିଗଲାଣି । ପ୍ରତିଦିନ କେଉଁଠି ନା କେଉଁଠି ଚୋରି ହେଉଥିବାର ଖବର ଆପଣ ଟିଭି କିମ୍ବା ଖବରକାଗଜରେ ଦେଖିବାକୁ ପାଉଥିବେ । ତେବେ କମିଶନରେଟ୍ ପୋଲିସ ହାତରେ ଲାଗିଛି ବହୁରୁପୀ ଚୋର । ଚୋରି ପାଇଁ ଜାଗା ଦେଖି ବେଶ ବଦଳାଉଥିଲା ଚୋର । ଅର୍ଥାତ୍ ଯଦି କୋର୍ଟରେ ଚୋରି କରିବ ତେବେ ଚୋର ନେଉଥିଲା ଓକିଲ ବେଶ । ଠିକ୍ ସେହିପରି ମେଡିକାଲକୁ ଯାଉଥିଲା ରୋଗୀ ହୋଇ ।
ଅଭିନବ ଢଙ୍ଗରେ ଚୋରି କରୁଥିବା ଏଭଳି ଏକ ଚୋରକୁ ଆଜି ପୋଲିସ ଗିରଫ କରିଛି । ସିସିଟିଭିରେ କଏଦ ହୋଇଛି ଚୋରର ଦୃଶ୍ୟ । ଭୁବନେଶ୍ୱରରେ ବାଇକ ଚୋରି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା । ଏମାନଙ୍କ ମଧ୍ୟରୁ ଜଣେ ଅଭିନବ ଢଙ୍ଗରେ ଚୋରି କରୁଥିବା ଘଟଣା ସାମ୍ନାକୁ ଆସିଛି । ପୋଲିସ ହାତରେ ଲାଗିଥିବା ଏହି ଅଭିନବ ଚୋରର ନାଁ ଶଶୀଭୂଷଣ ଦାସ । ଶଶୀଭୂଷଣ ବିଭିନ୍ନ ବେଶରେ ବିଭିନ୍ନ ସ୍ଥାନରୁ ଅଭିନବ ଢଙ୍ଗରେ ଲୁଟ କରୁଥିଲା । କୋର୍ଟରେ ଓକିଲ ହୋଇ ସେ ଲୁଟ କରୁଥିବାବେଳେ ମେଡିକାଲରେ ରୋଗୀ ହୋଇ ଯାଉଥିବା ପୋଲିସ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/PHOTO-01000321-1.jpg)