କନକ ବ୍ୟୁରୋ: ଆନନ୍ଦପୁର ବିଜେଡିରେ ତେଜିଲା ଗୋଷ୍ଠୀ କନ୍ଦଳ । ପାର୍ବଣରେ ଭିନ୍ନଭିନ୍ନ ସମାବେଶ କଲେ ବିଧାୟକଙ୍କ ସପକ୍ଷ ଓ ବିପକ୍ଷବାଦୀ । କେନ୍ଦୁଝର ଜିଲ୍ଲାର ହାଟଡିହୀ ବ୍ଲକରେ ଗୋଟିଏ ଦିନରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀଙ୍କ ସମାବେଶକୁ ନେଇ ଚର୍ଚ୍ଚା ଜୋର ଧରିଛି । ରବିବାର ଛେନାପଦି ଛକରେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ପକ୍ଷରୁ ଆୟୋଜିତ ସମାବେଶରେ ପୂର୍ବତନ ବ୍ଲକ ବିଜେଡି ସଭାପତି ଅକ୍ଷୟ କୁମାର ବରାଳ ସଭାପତିତ୍ୱ କରିଥିଲେ । ଏଥିରେ ଭାଗିରଥି ହଟାଓ ଆନନ୍ଦପୁର ବଂଚାଓ ବୋଲି ନାରାବାଜି ଦେଇଥିଲେ କର୍ମୀ । ସେପଟେ ଗଡଚଣ୍ଡୀରେ ବିଧାୟକଙ୍କ ସମର୍ଥକମାନେ ସମାବେଶ କରିଥିଲେ । ଯେଉଁଥିରେ ବିଧାୟକଙ୍କ ସମର୍ଥନରେ ଶତାଧିକ ଲୋକ ସାମିଲ ହୋଇ ବିଧାୟକଙ୍କ କାର୍ଯ୍ୟଧାରକୁ ବଖାଣିଥିଲେ ।
ଆନନ୍ଦପୁର ବିଜେଡିରେ ତେଜିଲା ଗୋଷ୍ଠୀ କନ୍ଦଳ । ବିଧାୟକଙ୍କ ସପକ୍ଷ ଓ ବିପକ୍ଷବାଦୀ ସମର୍ଥକ କଲେ ଭିନ୍ନ ଭିନ୍ନ ସମାବେଶ ।
/kanak/media/post_attachments/wp-content/uploads/2023/10/Screen-Shot-2023-10-23-at-6.07.47-PM.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)