କମେଡି କୁଇନ୍ ଭାରତୀ ସିଂଙ୍କ ଜାମିନ ଆବେଦନର ଶୁଣାଣି ଆଜି : ଘରୁ ଗଂଜେଇ ମିଳିବା ପରେ ସ୍ୱାମୀଙ୍କ ସହ ଗଲେ ୧୪ ଦିନିଆ ବିଚାର ବିଭାଗୀୟ ହାଜତ

ଡ୍ରଗ୍ସ ନେଉଥିବା ଏନସିବି ଆଗରେ କଲେ ସ୍ୱୀକାର

99

କନକ ବ୍ୟୁରୋ : କମେଡ଼ି କୁଇନ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ଜାମିନ ଆବେଦନର ଶୁଣାଣି ଆଜି । ପୂର୍ବରୁ ଭାରତୀ ଓ ହର୍ଷଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ମୁମ୍ବାଇର କିଲା କୋର୍ଟ । ଉଭୟ ଜାମିନ ପାଇଁ ଆବେଦନ କରିଥିବା ବେଳେ ଆଜି ଏହାର ଶୁଣାଣୀ ହେବ । ତେବେ ଏନସିବି ଆଗରେ ଦୁହେଁ ଗଂଜେଇ ସେବନ କରୁଥିବା ସ୍ୱୀକାର କରିଛନ୍ତି । ଶୁକ୍ରବାର ୩ଟି ସ୍ଥାନରେ ରେଡ ପରେ ଏମାନଙ୍କୁ ହାଜର ହେବା ପାଇଁ ସମନ କରିଥିଲା ଏନସିବି । ବିଳମ୍ବିତ ରାତି ଯାଏଁ ପଚରାଉଚରା ପରେ ପ୍ରଥମେ ଭାରତୀ ଓ ପରେ ସ୍ୱାମୀ ହର୍ଷଙ୍କୁ ଗିରଫ କରାଯାଇଥିଲା ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ତଦନ୍ତ ସହ ସାମ୍ନାକୁ ଆସିଥିବା ବଲିଉଡ ଡ୍ରଗ୍ସ ଲିଙ୍କରେ ଜଣ ପରେ ଜଣେ କଳାକାର ଫସିବାରେ ଲାଗିଛନ୍ତି । ଏହି ମାମଲାରେ ପ୍ରଥମେ ରିୟା ଚକ୍ରବର୍ତୀ ଏନସିବି ହାତରେ ଲାଗିଥିଲେ । ଏବେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ନାଁ ସମସ୍ତଙ୍କୁ ଚମକାଇ ଦେଇଛି । ଆସନ୍ତୁ ଦେଖିବା ବଡପରଦାରୁ ଛୋଟ ପରଦା ଯାଏଁ, ଏପର୍ଯ୍ୟନ୍ତ କେଉଁସବୁ କଳାକାର ନିଶା କାରବାରରେ ଏନସିବି ରାଡାରକୁ ଆସିଛନ୍ତି ।