କମେଡି କୁଇନ୍ ଭାରତୀ ସିଂ ଏବେ ନିଶା ଜଗତର ନାୟିକା । ଘରୁ ଗଞ୍ଜେଇ ମିଳିବା ପରେ ସ୍ୱାମୀଙ୍କ ସହ ଗଲେ ୧୪ ଦିନିଆ ବିଚାର ବିଭାଗୀୟ ହାଜତ

Advertisment
କମେଡି କୁଇନ୍ ଭାରତୀ ସିଂ ଏବେ ନିଶା ଜଗତର ନାୟିକା । ଘରୁ ଗଞ୍ଜେଇ ମିଳିବା ପରେ ସ୍ୱାମୀଙ୍କ ସହ ଗଲେ ୧୪ ଦିନିଆ ବିଚାର ବିଭାଗୀୟ ହାଜତ

କନକ ବ୍ୟୁରୋ : ଭାରତୀ ସିଂ । ନାଁ ଶୁଣିଲେ ହିଁ ମୁହଁରେ ହସ ଫୁଟିଉଠେ । ଟିଭି ପରଦାରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଦେଉଥିବା ଭାରତୀ ଏବେ ନିଶାଲୋକର ନାୟିକା ପାଲଟି ଯାଇଛନ୍ତି । ପ୍ରଥମେ ଭାରତୀ ଗିରଫଦାର । ପରେ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ ମଧ୍ୟ ଗିରଫ ହୋଇଛନ୍ତି । ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ସାମ୍ନାରେ ଦୁହେଁ ଡ୍ରଗ୍ସ ନେଉଥିବା କଥାକୁ ସ୍ୱୀକାର କରିଛନ୍ତି ।

ଶନିବାର ଏନସିବି ଦ୍ୱାରା ଗିରଫ ହେବାପରେ କମେଡି କୁଇନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ମୁମ୍ବାଇର- କିଲା କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଦୁହିଁଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛିି । ଏନସିବିର ରେଡ୍ ବେଳେ ଭାରତୀଙ୍କ ଘରୁ ଗଞ୍ଜେଇ ମିଳିଥିବାରୁ ଏବେ ଜେଲରେ ରହିବେ ଉଭୟ ସ୍ୱାମୀ-ସ୍ତ୍ରୀ ।

କମେଡି କୁଇନ ଭାରତୀ ସିଂଙ୍କ ହସ ଶୁକ୍ରବାର ସେତିକିବେଳେ ବନ୍ଦ ହୋଇଯାଇଥିଲା, ଯେତେବେଳେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋର ୩ଟି ଟିମ୍ ଏକସଙ୍ଗରେ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ଘରେ ରେଡ କରିଥିଲେ । ବର୍ସୁଆ, ଲୋଖଣ୍ଡୱାଲା ଓ ସବର୍ବରେ ଏହି ରେଡ କରାଯାଇଥିଲା । ଏହି ରେଡ ବେଳେ ଭାରତୀଙ୍କ ଘରୁ ସାଢେ ୮୬ ଗ୍ରାମ୍ ଗଞ୍ଜେଇ ଜବତ ହୋଇଥିଲା । ତେବେ ଗଞ୍ଜେଇ ଜବତ ହେବାପରେ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ହାଜର ହେବାପାଇଁ ସମନ କରିଥିଲା ଏନସିବି ।

ଘରୁ ଡ୍ରଗ୍ସ ମିଳିବା ପରେ ଶନିବାର ବିଳମ୍ବିତ ରାତି ଯାଏଁ ଦୁହିଁଙ୍କୁ ପଚରା ଉଚରା କରିଥିଲା ଏନସିବି । ପ୍ରଥମେ ଭାରତୀଙ୍କୁ ପ୍ରଶ୍ନ କରିଥିଲା ତଦନ୍ତକାରୀ ସଂସ୍ଥା । ପରେ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ପାଳି ପଡିଥିଲା । ପରେ ଦୁହିଁଙ୍କୁ ଏକାଠି ବସାଇ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଆଉ ଏନସିବି ସାମ୍ନାରେ ଦୁହେଁ ଡ୍ରଗ୍ସ ନେଉଥିବା କଥାକୁ ସ୍ୱୀକାର କରିଥିଲେ । ମିଳିଥିବା ସୂଚନା ଅନୁସାରେ ଏନସିବିର ତଦନ୍ତକାରୀ ଅଧିକାରୀ ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କୁ ଏକାଧିକ ପ୍ରଶ୍ନ କରିଥିଲେ ।

ଭାରତୀଙ୍କୁ ଏନସିବିର ପ୍ରଶ୍ନ
ଆପଣଙ୍କ ଘରକୁ ଡ୍ରଗ୍ସ କେମିତି ଆସିଲା?
କେବେ କେବେ ଆପଣ ଡ୍ରଗ୍ସ ନେଇଛନ୍ତି?
ପ୍ରଥମଥର କେବେ ଡ୍ରଗ୍ସ ନେଇଥିଲେ?
କେଉଁ କେଉଁ ଡ୍ରଗ୍ସ ଆପଣ ନେଇଛନ୍ତି?
କେଉଁଠାରୁ ଡ୍ରଗ୍ସ କିଣିଥିଲେ?
କେତେ ଟଙ୍କା ଦେଇ ଡ୍ରଗ୍ସ କିଣିଥିଲେ?
ଡ୍ରଗ୍ସ ପାଇଁ ପେମେଂଟ କିଭଳି କରିଥିଲେ?
କେଉଁ ପେଡଲରଙ୍କ ସହ ସଂପର୍କ ଅଛି?
କଣ ଡ୍ରଗ୍ସ କିଣା-ବିକା ବି କରୁଥିଲେ?
କୌଣସି ଡ୍ରଗ୍ସ ସିଣ୍ଡିକେଟ୍କୁ ଜାଣିନ୍ତି?

ମିଳିଥିବା ସୂଚନା ଅନୁସାରେ ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ଏନସିବି ରାତିସାରା ଏନସିବି କାର୍ଯ୍ୟାଳୟରେ ହିଁ ରଖିଥିଲା । ଭାରତୀଙ୍କ ମାଆ ତାଙ୍କୁ ଭେଟିବାକୁ ସେଠାରେ ପହଂଚିଥିଲେ ମଧ୍ୟ ତାଙ୍କୁ ଭେଟିବାକୁ ଦିଆଯାଇନଥିଲା ।
ଏନସିବି ହାତରେ ଲାଗିଥିବା ଜଣେ ଡ୍ରଗ୍ସ ପେଡଲର ଜରିଆରେ ଭାରତୀ ଓ ହର୍ଷଙ୍କ ପାଖରେ ପହଂଚିଥିଲା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ୨୧ ନଭେମ୍ବରରେ ମୁମ୍ବାଇର ଖାର ଗାଞ୍ଜା ଇଲାକାରୁ ଜଣେ ଡ୍ରଗ୍ସ ପେଡଲରକୁ ଧରିଥିଲା ଏନସିବି । ଯାହା ପାଖରୁ ଏଲଏସଡି, ଗଞ୍ଜେଇ ଓ ନିଷିଦ୍ଧ ନିଶା ଔଷଧ ଜବତ ହୋଇଥିଲା । ତାକୁ ପଚରା ଉଚରା ବେଳେ ଏହି ୨୧ ବର୍ଷୀୟ ଡ୍ରଗ୍ସ ପେଡଲର ଭାରତୀ ସିଂଙ୍କ ନାଁ ନେଇଥିଲା । ଆଉ ଏହାପରେ ଆକ୍ସନ ଆରମ୍ଭ କରିଦେଲା ଏନସିବିର ସ୍ପେଶାଲ ସ୍କ୍ୱାର୍ଡ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe