ରିଲିଜ ହେଲା ଫ୍ୟାମିଲି–ଡ୍ରାମା ଫିଲ୍ମ ‘ବଧାଇ ହୋ’ର ପ୍ରଥମ ଟ୍ରେଲର୍ : ହସି ହସି ବେଦମ ହେବେ ଦର୍ଶକ

72

ଆସିଲା ଆଗାମୀ ବଲିଉଡ୍ ଫ୍ୟାମିଲି–ଡ୍ରାମା ଫିଲ୍ମ ‘ବଧାଇ ହୋ’ର ପ୍ରଥମ ଟ୍ରେଲର୍ । ଫିଲ୍ମରେ ଆୟୁଷ୍ମାନ ଖୁରାନା ଓ ସାନ୍ୟା ମଲହୋତ୍ରାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଏକ ଫନ୍–କମେଡି କାହାଣୀକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ ହୋଇଛି ।

ଆଗାମୀ ବଲିଉଡ୍ ରୋମାଂଟିକ୍ କମେଡି ଫିଲ୍ମ ‘ବଧାଇ ହୋ’ର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ଫିଲ୍ମରେ ଅଭିନେତା ଆୟୁଷ୍ମାନ ଖୁରାନା ଓ ଦଙ୍ଗଲ୍ ଫେମ୍ ସାନ୍ୟା ମଲହୋତ୍ରାଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଛି । ଚଳଚ୍ଚିତ୍ରର କାହାଣୀ ଏକ କମେଡି ଜୋନରକୁ ନେଇ ଗତିଶୀଳ ହୋଇଛି । ବିନିତ୍ ଜୈନ୍, ଅଲିୟା ସୈନଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଅମିତ୍ ରବିନ୍ଦ୍ରନାଥ ଶର୍ମା । ଫିଲ୍ମରେ ଏକ ମଧ୍ୟବିତ୍ତ ପରିବାରକୁ ସ୍ଥାନ ଦେଇଛନ୍ତି ମେକର । ଘର ବଡ ପୁଅର ବିବାହ କରିବା ବୟସ ହୋଇସାରିଥିବାବେଳେ, ମାଆ ହୋଇଯାଏ ଗର୍ଭବତୀ । ଯାହାକୁ ନେଇ ପୁରା ପରିବାରର ଅନେକ ମଜାକ ଉଡେ । ଏମିତି କିଛି ମଜେଦାର ଦୃଶ୍ୟ ଓ ଡାଏଲଗ୍ ଦେଖିବାକୁ ମିଳିଛି ଏହି ଟ୍ରେଲରରେ । ଫିଲ୍ମରେ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଗଜରାଜ ରାଓ, ନୀନା ଗୁପ୍ତା, ସୁରେଖା ସିକ୍ରି ଆଦି କଳାକାରଙ୍କୁ ଦେଖିବାକୁ ମିଳିଛି । ଏହି ଅପକମିଂ ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ତନିଷ୍କ ବାଗଚି ଓ ରୋଚକ୍ କୋହଲି । ଏହି ଟ୍ରେଲରକୁ ଅଡିଏନ୍ସ ପସନ୍ଦ କରୁଥିବାବେଳେ, ଫିଲ୍ମଟିକୁ ବି ଦର୍ଶକ ପସନ୍ଦ କରିବେ ବୋଲି ଆଶା କରାଯାଉଛି । ସିନେମାଟି ୧୯ ଅକ୍ଟୋବରରେ ମୁକ୍ତିଲାଭ କରିବ ।