ଦିଲ୍ଲୀ ଏମ୍ସ ଗଲେ ଓଡିଆ କମେଡ଼ି କିଙ୍ଗ୍ ପପୁ ପମପମ୍! ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ କରାଗଲା ସ୍ଥାନାନ୍ତର, ଖୁବଶୀଘ୍ର ସୁସ୍ଥ ହୋଇ ଫେରିବା ପାଇଁ ଭଗବାନଙ୍କ ନିକଟରେ ପ୍ରଂଶସକଙ୍କ ପୂଜାର୍ଚ୍ଚନା

Advertisment
ଦିଲ୍ଲୀ ଏମ୍ସ ଗଲେ ଓଡିଆ କମେଡ଼ି କିଙ୍ଗ୍ ପପୁ ପମପମ୍! ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ କରାଗଲା ସ୍ଥାନାନ୍ତର, ଖୁବଶୀଘ୍ର ସୁସ୍ଥ ହୋଇ ଫେରିବା ପାଇଁ ଭଗବାନଙ୍କ ନିକଟରେ ପ୍ରଂଶସକଙ୍କ ପୂଜାର୍ଚ୍ଚନା

କନକ ବ୍ୟୁରୋ : ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା କମେଡି କିଙ୍ଗ୍ ପପୁ ପମପମଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଆଜି ଏୟାର ଆମ୍ବୁଲାନସ ଜରିଆରେ ଦିଲ୍ଲୀ ଏମସକୁ ନିଆଯାଇଛି । ଗତ ୪ ଦିନ ହେଲା ଭୁବନେଶ୍ୱରର ଏକ ଘରୋଇ ହସପିଟାଲର ଆଇସିୟୁରେ ସେ ଭର୍ତି ହୋଇଥିଲେ । ଦୁଇ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିବା ପରେ ଗତକାଲି ତାଙ୍କ ଛାତିରେ ଯନ୍ତ୍ରଣା ବଢ଼ିଥିଲା । ଫଳରେ ତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଛି ।

publive-imageଲୋକଙ୍କୁ ହସାଇ ହସାଇ ବେଦମ କରୁଥିବା ଓଡିଶାର କମେଡି କିଙ୍ଗ ପପୁ ପମପମ୍ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଆଗ୍ନେଶୟ ଜନିତ ରୋଗରେ ପୀଡିତ ଓଡିଶାର ସବୁଠାରୁ ଲୋକପ୍ରିୟ ଏହି ହାସ୍ୟାଭିନେତାଙ୍କୁ ମଙ୍ଗଳବାର ଅଧିକ ଚିକିତ୍ସା ପାଇଁ ନୂଆଦିଲ୍ଲୀର ଏମସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।ପପୁଙ୍କ ଅବସ୍ଥା ଗୁରୁତର ହେବାରୁ ଏକ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ ଦିଲ୍ଲୀ ପଠାଯାଇଛି । ଏହି ଖବର ଏବେ ପପୁଙ୍କ ଲକ୍ଷ ଲକ୍ଷ ଫ୍ୟାନଙ୍କ ସମେତ ଓଲିଉଡ ଜଗତକୁ ଦୁଃଖରେ ମ୍ରିୟମାଣ କରିଦେଇଛି ।

papuମୟୁରଭଞ୍ଜର ଏକ ଅଖ୍ୟାତ ଗାଁରୁ ଆସି ନିଜ ନିଷ୍ଠା ବଳରେ ଖୁବ୍ କମ ଦିନରେ ଓଡିଆ ସିନେ ଜଗତରେ ପ୍ରତିଷ୍ଠିତ ହୋଇପାରିଛନ୍ତି ପପୁ । କମେଡି ଜଗତର ବେତାଜ ବାଦଶାହ କୁହାଯାଉଥିବା ପପୁଙ୍କୁ ଗତ ୧୧ ତାରଖରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିବା ପପୁଙ୍କ ଶରୀର ଅସୁସ୍ଥ ହେବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଅନ୍ୟ କଳାକାର ।

ନିଜ କ୍ୟାରିୟରର ପ୍ରଥମ ଭାଗରେ ବହୁ ଷ୍ଟ୍ରଗଲ କରିଥିବା ନିଜେ ସ୍ୱୀକାର କରନ୍ତି ଏହି ହାସ୍ୟାଭିନେତା । ତେଣୁ ଏହି ଦୂରାରୋଗ୍ୟ ବ୍ୟାଧିକୁ ମାତ୍ ଦେଇ ପପୁ ପୁଣି ତାଙ୍କ ହସ ପେଡି ନେଇ ଫେରିଆସିବେ ବୋଲି ଆଶା କରିଛନ୍ତି ତାଙ୍କ ଶୁଭେଛୁ ଓ ପ୍ରଶଂସକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe