କନକ ବ୍ୟୁରୋ : ଭୁବନେଶ୍ୱରରେ ଆରମ୍ଭ ହୋଇଛି ଫ୍ୟାସନ ଆଣ୍ଡ ଲାଇଫ୍ ଷ୍ଟାଇଲ୍ ମେଳା । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଓ ମହିଳା ଉଦ୍ୟୋଗୀ ପରିଷଦର ମିଳିତ ସହଯୋଗରେ ପଟିଆ ସ୍ଥିତ ପାଟ୍ରୋନିକ୍ସ ଗ୍ରାଉଣ୍ଡରେ ଏହି ମେଳା ଆୟୋଜିତ ହେଉଛି । ଭିଡିଓ ବାର୍ତ୍ତା ମାଧ୍ୟମରେ ଉଦଘାଟନ କରିବା ସହ ମେଳାର ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଳାରେ ରହିଛି ଏସଏଚଜି ଓ ମହିଳା ଉଦ୍ୟୋଗୀଙ୍କ ୧୨୦ଟି ଷ୍ଟଲ୍ ।
ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଫ୍ୟାସନ ଆଣ୍ଡ ଲାଇଫ୍ ଷ୍ଟାଇଲ୍ ମେଳା । ପ୍ରଥମ ଦିନରେ ମୁଖ୍ୟ ଆକର୍ଷଣ ଥିଲେ ପୂର୍ବତନ କ୍ରିକେଟର୍ ଇର୍ଫାନ୍ ପଠାନ୍ । ତାଙ୍କର ଉପସ୍ଥିତି ଓ ପ୍ରେରଣାଦାୟକ କଥା ଦର୍ଶକଙ୍କୁ ବାନ୍ଧି ରଖିଥିଲା । ସେହିପରି ଭୁବନେଶ୍ୱର ସୁପର ବାଇକର କ୍ଲବର ରାମ୍ପ-ସୋ'ରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ସୋ’ ଷ୍ଟପର ଭାବେ ଆସି ଦର୍ଶକଙ୍କ ମନ ଜିଣିଥିଲେ ।
ଅଭିନେତ୍ରୀ ଶିବାନୀ, ଶୀତଲ, ଭୂମିକା, ଦେବଯାନୀ, ପୁନମ, ଅଭିନେତା ଜ୍ୟୋତି, ଦ୍ୱୀପାନିତ୍, ପାର୍ଥସାରଥୀ ଓ ଶୁଭାଶିଷ ରାମ୍ପରେ ନିଜର ଜଲୱା ଦେଖାଇଥିଲେ । ଅଭିନେତା ଅନୁଭବ ମହାନ୍ତିଙ୍କୁ ସୋ’ ଷ୍ଟପର ଭାବେ ଦେଖିବାକୁ ମିଳିଥିଲା । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ । ଏଥିରେ ପ୍ରଖ୍ୟାତ ଫ୍ୟାସନ ଡିଜାଇନର ମନୀଷ ମଲହୋତ୍ରା, ଅଭିନେତ୍ରୀ ଦିୟା ମିର୍ଜା, ଅଭିନେତା ଜାୟେଦ ଖାନ୍ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।