କନକ ବ୍ୟୁରୋ : ଆରପାରିରେ ସୁଷମା । ହେଲେ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ନିଜ କର୍ତ୍ତବ୍ୟରେ ହେଳା କରିନଥିଲେ । ସୁଷମା ଶେଷ ସମୟର ଏକ ଘଂଟା ପୂର୍ବରୁ ହରିଶ ସାଲଭେଙ୍କୁ ଫୋନ କରି ଡ଼ାକିଥିଲେ । ହରିଶ ସାଲଭେ ହେଉଛନ୍ତି ଭାରତର ଜଣେ ବରିଷ୍ଠ ଓକିଲ । ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ କୁଳଭୁଷଣ ଯାଦବଙ୍କ ମାମଲା ଲଢ଼ୁଛନ୍ତି ସାଲଭେ । ଦେହାନ୍ତ ହେବାର ଏକ ଘଂଟା ପୂର୍ବରୁ ହରିଶ ସାଲଭେଙ୍କୁ ଫୋନ କରିଥିଲେ ସୁଷମା ।

Advertisment

କୁଳଭୂଷଣ ମାମଲାର ପାଉଣା ୧ ଟଙ୍କା ନେଇଯିବାକୁ କହିଥିଲେ ସୁଷମା । ହରିଶ ସାଲଭେ ଗଣମାଧ୍ୟମ ଆଗରେ ଏହି ସୂଚନା ଦେଇଛନ୍ତି । ସେ ପ୍ରାୟ ରାତି ୮.୫୦ ମିନିଟରେ ତାଙ୍କ ସହ କଥା ହୋଇଥିଲେ । କହିଥିଲେ ଆସିକି ଦେଖାକର । ଯେଉଁ କେସ ଜିତିଛ ତା ପାଇଁ ୧ ଟଙ୍କା ଦବାର ଅଛି । ଏସବୁ ଶୁଣି ହରିଶ କହିଥିଲେ ଏହି ମୂଲ୍ୟବାନ ଉପହାର ନେବାକୁ ପଡ଼ିବ । ଆଜି ସକାଳ ୬ଟାରେ ଭେଟିବା ପାଇଁ ସୁଷମାଙ୍କୁ ଫୋନରେ କହିଥିଲେ । ହେଲେ ପରେ କିଛି ଏମିତି ଘଟିଗଲା ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା ।