କାଶ୍ମୀର ପ୍ରେମରେ ପଡ଼ିଲେ ସଚିନ ତେନ୍ଦୁଲକର । କାଶ୍ମୀର ଆସି ବୁଲିବାକୁ ଦେଶବିଦେଶର ପର୍ଯ୍ୟଟକଙ୍କୁ କଲେ ଅପିଲ

କାଶ୍ମୀର ପ୍ରେମରେ ପଡ଼ିଲେ ସଚିନ ତେନ୍ଦୁଲକର । କାଶ୍ମୀର ଆସି ବୁଲିବାକୁ ଦେଶବିଦେଶର ପର୍ଯ୍ୟଟକଙ୍କୁ କଲେ ଅପିଲ

କନକ ବ୍ୟୁରୋ : କାଶ୍ମୀର ପ୍ରେମରେ ପଡିଛନ୍ତି ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର । ଏଠାକାର ପର୍ଯ୍ୟଟନରେ ଭରପୂର ମଜା ନେଇଛନ୍ତି ସଚିନ । ଯେଉଁ ସ୍ଥାନ ଅଧିକ ପରିଚିତ ନୁହେଁ ସେଠାକୁ ମଧ୍ୟ ନିଜ ପରିବାର ସହ ସେ ପହଁଚିଥିଲୋ ନିକଟରେ ସଚିନ, ପତ୍ନୀ ଅଂଜଳୀ ଓ ଝିଅ ସାରାଙ୍କ ସହ ନିଜ ଜମ୍ମୁକାଶ୍ମୀରରେ ପହଁଚିଥିଲେ । ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ସେଠାକାର ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ, ପାରମ୍ପାରିକ ଖାଦ୍ୟ ଖାଇଥିଲେ ଓ ପୋଷାକ ମଧ୍ୟ ପିନ୍ଧିଥିଲେ । କେତେବେଳେ କ୍ରିକେଟ ଖେଳିଥିଲେ ତ ପୁଣି କେବେ ମନ୍ଦିର ବୁଲିଥିଲେ । ତେବେ ଛୁଟି ସାରି ଫେରିବା ପରେ ସଚିନ ଏବେ ଏକ ଭିଡିଓ ଜାରି କରିଛନ୍ତି ଓ କାଶ୍ମୀର ଅନୁଭୂତିକୁ ବଖାଣିଛନ୍ତି । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ସହ ସଚିନଙ୍କ ଏକ ଲେଖା ମଧ୍ୟ ରହିଛି । ସଚିନ କହିଛନ୍ତି କାଶ୍ମୀର ଯାତ୍ରା ତାଙ୍କ ପାଇଁ ଅଭୁଲା ଓ ସ୍ମରଣୀୟ ରହିବ । ସଚିନ ପ୍ରଧାନମନ୍ତ୍ରୀଙ୍କ ସେହି କଥାକୁ ମଧ୍ୟ ଦୋହାଇଛନ୍ତି ଯେଉଁଥିରେ ମୋଦୀ ଭାରତର ପର୍ଯ୍ୟଟନ ସ୍ଥଳଗୁଡିକର ପ୍ରଶଂସା କରିବା ସହ ଅଧିକରୁ ଅଧିକ ବୁଲି ଦେଖିବା ପାଇଁ ଅପିଲ କରିଥିଲୋ ସଚିନ ଦେଶବିଦେଶର ପର୍ଯ୍ୟଟକଙ୍କୁ କାଶ୍ମୀରକୁ ଆସି ଏହା ସୌନ୍ଦର୍ଯ୍ୟ ଅନୁଭବ କରିବାକୁ ଅପିଲ କରିଛନ୍ତି । ଯେବେ ସଚିନ କାଶ୍ମୀରରେ ପହଁଚିଥିଲେ ଓ କିଛି ଭିଡିଓ ପୋଷ୍ଟ କରିଥିଲେ ସେମମୟରେ ମୋଦୀ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ କାଶ୍ମୀର ହେଉଛି ଅଦଭୁତ । ସଚିନଙ୍କ ଜମ୍ମୁକାଶ୍ମୀର ଯାତ୍ରା ଦୁଇଟି ମହତ୍ୱପୂର୍ଣ୍ଣ କଥା ଦର୍ଶାଉଛି । ଅତୁଲ୍ୟ ଭାରତର ବିଭିନ୍ନ ଅଂଚଳର ସୂଚନା ମିଳିଛି । ମେକ ଇନ ଇଣ୍ଡିଆର ମହତ୍ୱ ବୁଝାଉଛି । ଆସନ୍ତୁ ଏକାଠି ମିଶି ବିକସିତ ଓ ଆତ୍ମନିର୍ଭର ଭାରତ ଗଠନ କରିବା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe