କ୍ଷୀର ସହ ଜିଲାପିର କମ୍ବିନେସନ୍ । ସ୍ୱାଦିଷ୍ଟ ସହ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।

225

କନକ ବ୍ୟୁରୋ: ମିଠା ସାଧାରଣତଃ କିଛି ବିଶେଷ ଅବସରରେ ତିଆରି ହୋଇଥାଏ ଅଥବା ଘରକୁ ଅଣାଯାଇଥାଏ । କିନ୍ତୁ ଜିିଲାପି ଏପରି ଏକ ମିଠା ଯାହାର ମଜା ନେବାକୁ କୌଣସି ଅବସରକୁ ଅପକ୍ଷା କରିବାକୁ ପଡିନଥାଏ । କିଏ ଏହି ଜିଲାପିକୁ ସାଧା ଖାଇବାକୁ ପସନ୍ଦ କରେ ତ କିଏ କ୍ଷୀର ବା ଖିରା ସହ ଆଉ ପୁଣି କିଏ ଦହି ସହ ଖାଇବାକୁ ପସନ୍ଦ କରେ । ଅଧିକାାଂଶ ଲୋକେ ସକାଳେ ଜଳଖିଆରେ ଜିଲାପି ଖାଇବାକୁ ପସନ୍ଦ କରନ୍ତି । ସକାଳେ ଜଳଖିଆରେ ଜିଲାପି ଖାଇଲେ ତା’ର ସ୍ୱାଦ ଦିନ ସାରା ରହିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ ।

ଅନେକ ଲୋକ ଏବେ ମଧ୍ୟ ପାରମ୍ପରିକ ଭାବେ ପିଲାଙ୍କୁ ପରୀକ୍ଷା ପୁର୍ବରୁ କିମ୍ବା କୌଣସି ଶୁଭ କାମରେ ଯିବା ପୂର୍ବରୁ କ୍ଷୀର ଜିଲାପି ଖୁଆଇ ଥାଆନ୍ତି । କିନ୍ତୁ କ୍ଷୀର ସହ ଜିଲାପି ଖାଇବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ବୋଲି ଆପଣ ଜାଣିଛନ୍ତି କି? କ୍ଷୀର ସହ ଜିଲାପି ଖାଇବାର କ’ଣ କ’ଣ ଲାଭ ରହିଛି ଜାଣନ୍ତୁ । କ୍ଷୀର ସହ ଜିଲାପି ଏକ ସୁପର ଫୁଡ ସହ ସମାନ । ଏହା ଷ୍ଟ୍ରେସ୍୍ ହର୍ମୋନ୍ କମ୍ କରିବାରେ ସହାଯ୍ୟ କରିଥାଏ । ଯାହା ଫଳରେ ଅବସାଦରୁ ମୁକ୍ତି ମିଳିଥାଏ । ଏହା ଖାଇବା ଦ୍ୱାରା ଏକାଗ୍ରତା ବଢିଥାଏ ଓ ମୁଡ୍ ମଧ୍ୟ ଫ୍ରେଶ୍ ରହିଥାଏ ।

ମାଇଗ୍ରେନ୍ ପେନ୍ ଓ ଅଧାକପାଳି ଭଳି ମୁଣ୍ଡବିନ୍ଧା ସମସ୍ୟା ଦୂର କରିବାରେ ମଧ୍ୟ କ୍ଷୀର- ଜିଲାପି ଭଲ କାମ ଦିଏ । ବିଶେଷଜ୍ଞଙ୍କ ଅନୁଯାୟୀ ସକାଳେ ଜଳଖିଆରେ କ୍ଷୀର ସହ ଜିଲାପି ଖାଇଲେ ମୁଣ୍ଡବିନ୍ଧା ସମସ୍ୟା ଦୂର ହୋଇଥାଏ ।

କ୍ଷୀର ଓ ଜିଲାପିର କମ୍ବିନେସନ୍ ଓଜନ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଜିଲାପିରେ ବହୁ ମାତ୍ରାରେ କ୍ୟାଲୋରୀ ରହିଛି । ଯାହା ଫଳରେ ଜିଲାପି ଖାଇବା ଦ୍ୱାରା ଓଜନ ବଢିଥାଏ । ଯେଉଁମାନେ ବହୁତ ପତଳା ଓ ଓଜନ ବଢାଇବାକୁ ଚାହୁଁଛନ୍ତି ସେମାନେ ସକାଳେ ଜଳଖିଆରେ ଗୋଟିଏ ଗ୍ଲାସ୍ କ୍ଷୀର ସହ ଜିଲାପି ଖାଇପାରିବେ ।

ଥଣ୍ଡା ଯୋଗୁଁ ନିଃଶ୍ୱାସ ନେବାରେ ସମସ୍ୟା ହୋଇଥାଏ । କ୍ଷୀର ସହ ଗରମ ଗରମ ଜିଲାପି ଖାଇଲେ ଥଣ୍ଡା ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଏ । ଏଥିପାଇଁ ପ୍ରତିଦିନ ଗୋଟିଏ ଜିଲାପି ଗରମ କ୍ଷୀରରେ ବୁଡାଇ ଖାଇପାରିବେ ।