କନକ ବ୍ୟୁରୋ: ଶରୀରକୁୁ ନିରୋଗ ତଥା ସୁସ୍ଥ ରଖିବାକୁ ଆମେ ଅନେକ ପ୍ରକାର ଖାଦ୍ୟ ଖାଉ । ହେଲେ ଅନେକ ସମୟରେ ସୁସ୍ଥ ରହିବା ପାଇଁ ଆମେ ଏମିତି କିଛି ଖାଦ୍ୟ ମିଶାଇ ଖାଉ ଯାହା ସୁସ୍ଥତା ବଦଳରେ ବିପଦକୁ ଡାକିଆଣେ । ଜାଣନ୍ତୁ କାହା ସାଙ୍ଗରେ କ’ଣ ଖାଇବେ ନାହିଁ ।

Advertisment

କ୍ଷୀର ସହ ମାଛ – କ୍ଷୀର ସହ ମାଛ ଖାଇବାକୁ ବାରଣ କରିଛି ଆୟୁର୍ବେଦ । କାରଣ ଦହି ଥଣ୍ଡା ହୋଇଥିବାବେଳେ ମାଛ ତାମସିକ ଖାଦ୍ୟ ହିସାବରେ ଗରମ । ଏହି ଦୁଇ ଖାଦ୍ୟକୁ ମିଶାଇ ଖାଇବା ଦ୍ୱାରା ରକ୍ତ ଓ ଣରୀରର କାର୍ଯ୍ୟକ୍ଷମ ସନ୍ତୁଳନକୁ ବିଗାଡିଦିଏ । କେବଳ ମାଛ ନୁହେଁ ଦହି ସହ ମାଂସ ଖାଇବା ମଧ୍ୟ ଶରୀର ପାଇଁ କ୍ଷତିକାରକ ବୋଲି ଚିକିତ୍ସାବିଜ୍ଞାନୀ କୁହନ୍ତି ।

କ୍ଷୀର ଓ ଲୁଣ- କୁହାଯାଏ କ୍ଷୀର ସହ କ୍ଷାର ଖାଇବା ଆଦୌ ଭଲ ନୁହେଁ । ଲୁଣ ଏକ ପ୍ରକାର କ୍ଷାର । କ୍ଷୀରରେ ଚିନି ପକାଇ ପିଇଲେ କୌଣସି ସମସ୍ୟା ହେଉନଥିବାବେଳେ ଲୁଣ ସହ ଏହାର ମିଶ୍ରଣ ଶରୀର ପାଇଁ କ୍ଷତିକାରକ ବୋଲି ଆୟୁର୍ବେଦରେ ଉଲ୍ଲେଖ କରାଯାଇଛି । ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଏହି ଦୁଇଟିର ମିଶ୍ରଣରେ ଉଭୟରେ ଥିବା ପ୍ରୋଟିନରେ ଏପରି ପ୍ରତିକ୍ରିୟା ହୁଏ ଯାହା ଶରୀର ପାଇଁ ଭଲ ନୁହେଁ ।

କ୍ଷୀର ସହ ଫଳ- ବନାନା ସେକ୍ ଅଧିକାଂଶ ଲୋକଙ୍କ ପ୍ରିୟ । ହେଲେ ଅନେକ ଜାଣନ୍ତି ନାହିଁ ଏହି କମ୍ବିନେସନ୍ ଶରୀର ପାଇଁ କ୍ଷତିକାରକ । ବିଶେଷଜ୍ଞଙ୍କ କହିବା ମୁତାବକ, କ୍ଷୀର, ଦହି କିମ୍ବା ଘୋଳଦହି ସହ କଦଳୀ ଖାଇବା ଦ୍ୱାରା ତଣ୍ଡା, କାଶ ଓ ଆଲର୍ଜି ଦେଖାଯାଏ ।

ଘିଅ ଓ ମହୁର ସମାନ ମାତ୍ରା - ପଞ୍ଚାମୃତ ଶରୀର ପାଇଁ ଅମୃତ । ହେଲେ ଘିଅ ଓ ମହୁର ସମାନ ମାତ୍ରା କିନ୍ତୁ ଅସୁସ୍ଥତାକୁ ଡାକିଆଣିପାରେ । ମହୁ ଶରୀରକୁ ଗରମ ଓ ଶୁଷ୍କ ରଖୁଥିବାବେଳେ ଘିଅରେ ଶରୀରକୁ ଥଣ୍ଡା ଓ ମଶ୍ଚୁରାଇଜ୍ ରଖିବାର ଗୁଣ ଥାଏ । ତେଣୁ ଏପରି ବିପରୀତ ଗୁଣ ଥିବା ଘିଅ ଓ ମହୁକୁ ସମାନ ମାତ୍ରାରେ ମିଶାଇ ଖାଇବା ଦ୍ୱାରା ଶରୀରରେ କ୍ଷତିକାରକ ପ୍ରତିକ୍ରିୟା ସୃଷ୍ଟି ହୋଇ ଅସୁସ୍ଥ ହୋଇପାରେ ।

ଦହି କିମ୍ବା ପନୀର- ଦହି କିମ୍ବା ପନୀର ଖାଇବା ଶରୀର ପାଇଁ ଭଲ କିନ୍ତୁ ରାତିରେ ଏସବୁ ଖାଇବା ଅସୁସ୍ଥତାକୁ ନିମନ୍ତ୍ରଣ କରିପାରେ । କାରଣ ରକ୍ତ, ପିତ୍ତ, କଫ ସମ୍ପର୍କିତ ସମସ୍ୟା ବୃଦ୍ଧି ହୁଏ ।ଫଳରେ ବଦହଜମି ପରି ସମସ୍ୟା ଦେଖାଦେଇପାରେ ।

ଆୟୁର୍ବେଦ ଅନୁସାରେ ଉପରୋକ୍ତ ଖାଦ୍ୟର ସମ୍ମିଶ୍ରଣ ଉପରେ ଗୁରୁତ୍ୱ ଦିଆଯିବା ଉଚିତ । ନୋଚେତ୍ ଚର୍ମ ରୋଗ , ପ୍ରଦାହ ପରି ସମସ୍ୟା ଦେଖାଦେଇପାରେ ।