କେଉଁ ଖାଦ୍ୟ ସହ କେଉଁ ଖାଦ୍ୟ ମିଶାଇ ଖାଇଲେ ହୁଏ ଫୁଡ୍ ପଏଜନିଂ ! ପେଟ ଯନ୍ତ୍ରଣା ସହ ଦେଖାଯାଏ ଅନେକ ରୋଗ ।

କେଉଁ ଖାଦ୍ୟ ସହ କେଉଁ ଖାଦ୍ୟ ମିଶାଇ ଖାଇଲେ ହୁଏ ଫୁଡ୍ ପଏଜନିଂ ! ପେଟ ଯନ୍ତ୍ରଣା ସହ ଦେଖାଯାଏ ଅନେକ ରୋଗ ।

The New York Times

ଆମ ଶରୀରକୁ ଯଦି କିଛି ସବୁଠାରୁ ବେଶି ପ୍ରଭାବିତ କରେ ତାହା ହେଉଛି ଖାଦ୍ୟ। ଖାଦ୍ୟ ଉପରେ ହିଁ ମଣିଷର ସ୍ୱାସ୍ଥ୍ୟ ନିର୍ଭର କରିଥାଏ। ତେବେ ଏହି ଖାଦ୍ୟ ଆମେ ଯଦି ଭୁଲ୍ ସମୟରେ ଖାଆନ୍ତି ତାହାର ଶରୀରରେ ବିଷର ପ୍ରଭାବ ଦେଖାଏ। ପ୍ରତ୍ୟେକ ଖାଦ୍ୟ ଭିତରେ ଭିନ୍ନ ଉପାଦାନ ରହିଥାଏ। ସବୁ ଖାଦ୍ୟ ସହ ସବୁ ଖାଦ୍ୟ ମିଶାଇ ଖାଇ ହୁଏ ନାହିଁ। ଅନେକ ସମୟରେ ଏହା ଓଲଟା ପ୍ରଭାବ ପକାଏ।

publive-image

ମନେ ରଖନ୍ତୁ କେବେ ବି ମଧ୍ୟାହ୍ନ ଭୋଜନ କରିବା ପରେ ଫଳ ଖାଇବେ ନାହିଁ। ବିଶେଷ କରି ଯଦି ଭାତ ଖାଇ ସାରିଛନ୍ତି ତେବେ ଫଳ ଖାଇବା ମନା।

ସେହିପରି କ୍ଷୀରକୁ ଅନେକ ଖାଦ୍ୟ ସହ ମିଶାଇ କରି ଖାଇବା ମନା। ଆମିଷ, ଫଳ କିମ୍ବା ଥଣ୍ଡା ପାନୀୟ ସହ କ୍ଷୀର ଖାଆନ୍ତୁ ନାହିଁ କି ପିଅନ୍ତୁ ନାହିଁ। ପାରୁଛନ୍ତି ଯଦି ଉଚିତ ବ୍ୟବଧାନ ରକ୍ଷା କରନ୍ତୁ।

ଭାତ, ରୁଟି କିମ୍ବା କୌଣସି କାର୍ବୋହାଇଡ୍ରେଟ୍ ଜାତୀୟ ଖାଦ୍ୟ ଖାଇବା ପରେ ଥଣ୍ଡା ପାନୀୟ ପିଅନ୍ତୁ ନାହିଁ। ଏହା ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇ ଥାଏ।

ଯଦି ଆପଣ ସବୁଜ ଚା’ ପିଇଛନ୍ତି ତେବେ ପ୍ରାୟ ୪ ଘଣ୍ଟା ଭିତରେ ନାଲି ଚା’ କିମ୍ବା କ୍ଷୀର ଚା’ ପିଅନ୍ତୁ ନାହିଁ।
ରାତି ସମୟରେ ଭୁଲ୍ରେ ଦହି ଖାଆନ୍ତୁ ନାହିଁ। କ୍ଷୀର ପରି ଦହି ସହ ମଧ୍ୟ ଆମୀଷ ଭକ୍ଷଣ କ୍ଷତିକାରକ ଅଟେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe