ରଙ୍ଗ ବଦଳାଉଥିବା ଏକ କୃତ୍ରିମ ତ୍ୱଚା ! ଏଣ୍ଡୁଅ ଭଳି ବଦଳିବ ମଣିଷର ରଙ୍ଗ ।

181

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ରଙ୍ଗ ବଦଳାଉଥିବା ଏକ କୃତ୍ରିମ ତ୍ୱଚାର ନିର୍ମାଣ କରିଛନ୍ତି । ନେନୋ ମେସିନରେ ପ୍ରସ୍ତୁତ ହୋଇଥିବା ଏହି ତ୍ୱଚା ଏଣ୍ଡୁଅ ଭଳି ରଙ୍ଗ ବଦଳାଇବାରେ ମାହିର୍ । ତାପମାତ୍ରା ବଦଳିବା ପରେ ଏହି ଖାସ୍ ତ୍ୱଚାର କିଛି ଆପ୍ଲିକେସନ୍ ସକ୍ରିୟ ହୋଇଯାଏ ଯେଉଁଥିପାଇଁ ତ୍ୱଚା ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଥାଏ । ବୈଜ୍ଞାନିକମାନେ ପଲିମରରେ ସୁନା ଚଢା ହୋଇଥିବା ପାର୍ଟିକଲ୍ ଏବଂ ତେଲରେ ୱାଟର୍ ବେପର୍ ସାହାଯ୍ୟରେ ଏହାକୁ ପ୍ରସ୍ତୁତ କରିଛନ୍ତି । ଏହି ବିଶେଷ ତ୍ୱଚା ସହ ଜଡିତ ହୋଇଥିବା ଗବେଷଣା ଜେନେରାଲ୍ ଆଡଭାନ୍ସ୍ ଅପ୍ଟିକାଲ୍ ମାଟେରିୟାଲ୍ ରେ ଚଳିତ ସପ୍ତାହରେ ହିଁ ପ୍ରକାଶିତ ହୋଇଥିଲା । ରିପୋର୍ଟରେ କୁହାଯାଇଛି ଯେ ତ୍ୱଚାରେ ଥିବା ରଙ୍ଗ ପରିବର୍ତ୍ତନ ମାଟେରିୟାଲ୍ ଆଲୋକର ଗରମ କାରଣରୁ ୱାଟର୍ ବେପର୍ ଗୁଚ୍ଛରେ ପରିବର୍ତ୍ତନ ହୋଇଥାଏ ।

ଏହାପରେ ଲାଇଟ୍ କାରଣରୁ ଏହାର ଗରମ ବଢିଲେ କିମ୍ବା କମିଲେ ରଙ୍ଗ ବଦଳିବା ମଧ୍ୟ ଆରମ୍ଭ ହୋଇଯାଏ । ଏହି ତ୍ୱଚାକୁ ଏଣ୍ଡୁଅ ଏବଂ ଅନ୍ୟ ରଙ୍ଗ ବଦଳୁଥିବା ପ୍ରଜାତି ସହ ତୁଳନା କରାଯାଇଛି । ରଙ୍ଗ ବଦଳୁଥିବା ଏହି ଜୀବଙ୍କୁ “କ୍ରୋମାଟେଫାର୍” ବୋଲି କୁହାଯାଏ । ଏହି ଜୀବ ତ୍ୱଚାରେ ଥିବା ପିଗମେଣ୍ଟ୍ କାରଣରୁ ନିଜ ଶରୀରର ରଙ୍ଗ ବଦଳାଇବାରେ ସକ୍ଷମ ହୋଇଥାଏ । ଏହି ପିଗମେଣ୍ଟ୍ ସମ୍ପୁର୍ଣ୍ଣ ଶରୀରରେ ରହିଥାଏ ଏବଂ ବିପଦ ଆସିଲା ବେଳେ ନିଜକୁ ସୁରକ୍ଷା ମଧ୍ୟ ଦିଏ । ବିପଦ ସ୍ଥିତିରେ ନିଜକୁ ଲୁଚାଇବା ଏବଂ ବଂଚାଇବା ପାଇଁ ଏହି ପ୍ରଜାତୀ ଏଭଳି ଉପାୟ ଆପଣାଇଥା’ନ୍ତି ।